Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କୁକୁଡା ଚୋରି ଅଭିଯୋଗରେ କରିଥିଲା ହତ୍ୟା, ଆଜୀବନ କାରାଦଣ୍ଡାଦେଶ ଦେଲେ ରାଉରକେଲା ପ୍ରଥମ ଅତିରିକ୍ତ ଜିଲା ଦୌରା ଜଜ

11/12/2019 at 5:06 PM

ରାଉରକେଲା — ହତ୍ୟାକାରୀକୁ ଆଜୀବନ। ଆଜୀବନ ଦଣ୍ଡାଦେଶ ଦେଲେ ରାଉରକେଲା ପ୍ରଥମ ଅତିରିକ୍ତ ଜିଲା ଦୌରା ଜଜ । ୨୦୧୬ ମସିହା ଅକ୍ଟୋବର ୧୦ ତାରିଖରେ ରାଉରକେଲା ଛେଣ୍ଡ ଥାନା ହଠାତ ବସ୍ତିରେ ଘଟିଥିଲା ହତ୍ୟାକାଣ୍ଡ ।

ଏହି ବସ୍ତିର ଅନିତା ବୁଢଙ୍କ କୁକୁଡ଼ା ଚୋରିକୁ ନେଇ ସେହି ବସ୍ତିର ପ୍ରଦୀପ କୁଲୁଙ୍କ ସହ ଏତୁଆ ମୁଣ୍ଡାରୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ରାତି ପ୍ରାୟ ନଅଟା ୩୦ ସମୟରେ ପ୍ରଦୀପ କୁଲୁ ଘରେ ଖାଇବସିଥିବା ବେଳେ ଏତୁଆ ତାଙ୍କ ଘରକୁ ଯାଇ ପାଟିତୁଣ୍ଡ କରିବା ସହ ସାର୍ଟ ପଛପଟେ ରଖିଥିବା ଡେଙ୍ଗାରେ ପ୍ରଦୀପକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ପ୍ରଦୀପ ମୁଣ୍ଡାରୀର ଘଟଣା ଘଟିଥିଲା ମୃତ୍ୟୁ ।

ଛେଣ୍ଡ ପୋଲିସ ହତ୍ୟା ମାମଲା ରୁଜୁକରି ଗିରଫ କରିଥିଲା ଏତୁଆ ମୁଣ୍ଡାରୀକୁ । ଏହି ମାମଲା ଚାଲିଥିବା ବେଳେ ୧୨ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସରକାରୀ ଓକିଲାଙ୍କ ଯୁକ୍ତି ଓ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଆଜୀବନ ଜେଲ୍‌ କାରାଦଣ୍ଡାଦେଶ ଦିଆଯାଇଛି ।

   Related Posts