କେନ୍ଦ୍ରାପଡାରେ ପରକୀୟା ପ୍ରେମ ପାଇଁ ମହିଳାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | September 23, 2019 IST

କେନ୍ଦ୍ରାପଡା୨୩|୯: ଜଣେ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡ଼ା ସେସନ୍ ଜଜ | ଅଭିଯୁକ୍ତ ସୁଶିଲ ରାଉତ ରାଜନଗର ଥାନା ଅନ୍ତର୍ଗତ ଟlଙ୍ଗଳତଳା ଗାଁ ରେ ୨୦୧୪ମସିହାରେ ଜଣେ ବିବାହିତ ମହିଳାଙ୍କୁ  କଟୁରୀରେ ହାଣି ବଡ ନିର୍ମମ ଭାବେ ହତ୍ୟା କରିଥିଲା |

ଏହି ମହିଳାଙ୍କ ସହିତ ଅବୈଧ ସମ୍ପର୍କ ଧରାପଡି ଯିବା ପରେ ଅଭିଯୁକ୍ତ ସୁଶିଲ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ତେବେ ସମସ୍ତ ସାକ୍ଷୀ ପ୍ରମାଣ ଆଧାରରେ ଆଜି ସେସନ୍ ଜଜ ସୁଶିଲକୁ ଆଜୀବନ କାରାଦଣ୍ଡ ସହିତ ୨୦ହଜlର ଟଙ୍କା ଜରିମାନା ପାଇଁ ନିର୍ଦେଶ ଦେଇଛନ୍ତି | ଏ ନେଇ ସରକାରୀ ଓକିଲ ଭୀମସେନ ଭୂୟା ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.