ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | August 30, 2018 IST

କଟକ ୩୦/୮ : ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ | କଟକ ଜିଲ୍ଲା ଟାଙ୍ଗି ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଭିଯୁକ୍ତ | ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ | ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି | ଅଭିଯୁକ୍ତ ଟାଙ୍ଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ଗୋକୁଳପୁର ଗାଁର ବଳରାମ ନାୟକ | ଗତ ୨୭ ତାରିଖ ସ୍ତ୍ରୀ ଦମୟନ୍ତୀ ନାୟକଙ୍କୁ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଥିଲେ | କାର୍ଯ୍ୟନୁଷ୍ଠାନ ସ୍ୱରୂପ ତାଙ୍କୁ ହାଜତରେ ରଖାଯାଇଥିଲା | ତେବେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥାନ୍ତା | ସକାଳ ପ୍ରାୟ ୧୦ ତା ସମୟରେ ଟେକି ମେଡିକାଲ ପରୀକ୍ଷା ପାଇଁ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା | ସେଠାରୁ ପରୀକ୍ଷା କରି ତାକୁ ଅଣାଯାଇଥିଲା | ତେବେ ମେଡିକାଲରୁ କୌଣସି ପ୍ରକାର ଧାରୁଆ ଅସ୍ତ୍ର ଲୁଚାଇ ନେଇ ଆସିଥିବା ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.