୨୦୧୬ ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଚୀଙ୍କରା ଗିରଫ

Published By : Prameya-News7 Bureau | July 15, 2019 IST

ଖଲ୍ଲିକୋଟ ୧୫/୭: ୨୦୧୬ ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ।ମୁଖ୍ୟ ଅଭିଯୁକ୍ତ ଚୀଙ୍କରା ବେହେରାକୁ ଛତ୍ରପୁରରୁ ଗିରଫ କରିଛି ପୋଲିସ । ଦୀର୍ଘ ଦିନ ହେଲା ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସ ଚୀଙ୍କରାକୁ ଖୋଜୁଥିଲା । ତୃପ୍ତିମୟୀ ଖଲ୍ଲିକୋଟ କଲେଜରେ ଏମ୍ ସିଏ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ୨୦୧୬ ଅଗଷ୍ଟ ୨୬ ତାରିଖରେ ତୃପ୍ତିମୟୀ ହଷ୍ଟେଲରୁ ନିଖୋଜ ହେବା ପରେ ପରିବାର ଲୋକେ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ ।

{"id":133747,"width":537,"height":403}

ସେହି ସମୟରେ ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସକୁ ଦେଶୀ ରାମଚନ୍ଦ୍ରପୁର ଗାଁ ପାଖ ରାସ୍ତାରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ଏ ନେଇ ବ୍ରହ୍ମପୁର ପୋଲିସ ସହ ଯୋଗାଯୋଗ କରିଥିବା ଆନ୍ଧ୍ର ପ୍ରଦେଶ ପୋଲିସ । ମୃତଦେହ ମଧ୍ୟ ପରିବାର ଲୋକେ ଚିହ୍ନଟ କରିଥିଲେ । ତାଙ୍କୁ ଛୁରାରେ ବାରମ୍ବାର ଭୁଷିବା ସହ ମୁହଁକୁ ପଥରରେ ଛେଚା ଯାଇ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ପରେ ଜଣାପଡିଥିଲା ।

{"id":133748}

ତଦନ୍ତ ବେଳେ ଚୀଙ୍କରା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲେ ବାରୁଆ ପୋଲିସ । ଏବେ ତାକୁ ଗିରଫ କରାଯାଇଥିବା ବେଳେ ତୃପ୍ତିମୟୀ ହତ୍ୟାକାଣ୍ଡର ରହସ୍ୟ ଖୋଲିବ ବୋଲି ପୋଲିସ କହିଛି ।

{"id":133749}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.