ଅପମୃତ୍ୟୁ ମାମଲା ପାଲଟିଲା ହତ୍ୟା, ସାଙ୍ଗର ହତ୍ୟାକାରୀକୁ ଗିରଫ କଲା ପୋଲିସ

Published By : Prameya-News7 Bureau | June 05, 2019 IST

ଉଦଳା ୫|୬: ଗତ ମଇ ୧୭ ତାରିଖ ଦିନ ଖୁଂଟା ଥାନା ମହୁଲଡିହି ଗ୍ରାମ ପୋଖରୀରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା । ଉକ୍ତ ଘଟଣାରେ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିବାବେଳେ ଅପମୃତ୍ୟୁ ମାମଲା ହତ୍ୟାକାଣ୍ଡକୁ ରୂପାନ୍ତରିତ ହୋଇଛି । ପୋଲିସ୍ ତଦନ୍ତରୁ ସାଙ୍ଗ ହତ୍ୟାକାରୀ ବୋଲି ଜାଣିବା ସହିତ ଅଭିଯୁକ୍ତକୁ ଭୁବନେଶ୍ବରରୁ ଗିରଫ କରିଛି ଖୁଂଟା ପୋଲିସ୍ । 

{"id":119954}

ସୂଚନାଯୋଗ୍ୟ ଯେ, ଗତ ମଇ ୧୭ ତାରିଖ ଖୁଂଟା ଥାନା ମହୁଲଡିହି ଗ୍ରାମ ପୋଖରୀରୁ ଗଡସାହି ଗ୍ରାମର ସରଣେଶ୍ବର ପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବକ ଜଣକ ମଇ ୧୫ ତାରିଖରୁ ନିଖୋଜ ଥିବାବେଳେ ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକେ ଆଣିଥିଲେ ହତ୍ୟା ଅଭିଯୋଗ । ତେବେ ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ତାହା ଏବେ ହତ୍ୟାକାଣ୍ଡ ବୋଲି ପୋଲିସ୍ ତଦନ୍ତରୁ ଜଣାପଡିଛି । ଏହାସହିତ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମହୁଲଡିହି ଗ୍ରାମର ବିଶ୍ବନାଥ ମୁର୍ମୁ । ହତ୍ୟାକାରୀ ଜଣକ ହେଲେ ମୃତ ସରଣେଶ୍ବରଙ୍କ ସାଙ୍ଗ ।

{"id":119956}

ତବେ ମଇ ୧୫ ତାରିଖ ଦିନ ଶରଣେଶ୍ବର ଘରୁ ଆସିଥିବାବେଳେ ଅଭିଯୁକ୍ତ ବିଶ୍ବନାଥଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ନିଶାସକ୍ତ ଅବସ୍ଥାରେ ବିଶ୍ବନାଥ ଶରଣେଶ୍ବରଙ୍କୁ ମାଡ ମାରିଥିଲେ । ଏହାପରେ ନିଜ ସାଇକେଲକୁ ଶରଣେଶ୍ବରଙ୍କ ଉପରେ କଚାଡି ତାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ପୋଖରୀରେ ଫୋପାଡି ଦେଇ ସେଠାରୁ ସେ ଫେରାର ହୋଇଯାଇଥିଲେ । ପୋଲିସ୍ ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ବିଶ୍ବନାଥକୁ ଭୁବନେଶ୍ବରରୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.