ବହୁ ଚର୍ଚ୍ଚିତ ଧରାବଗଡ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା ଘଟଣା : ଗିରଫ ପରେ ଜଣକୁ କୋର୍ଟ ଚାଲାଣ

Published By : Prameya-News7 Bureau | November 24, 2019 IST

ବଲାଙ୍ଗିର ୨୪।୧୧: ବଲାଙ୍ଗିର ଧରାବଗଡ଼ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଦୀର୍ଘ ଦୁଇ ମାସ ପରେ ପୋଲିସକୁ ମିଳିଛି ସଫଳତା । ବଲାଙ୍ଗିର ଏସପିଙ୍କ ନେତୃତ୍ଵରେ ଟିଟିଲାଗଡ଼ ଏସଡ଼ିପିଓ, ବଙ୍ଗୋମୁଣ୍ଡା ପୋଲିସ, ସଇଁତଲା ପୋଲିସ, ମୁରିବାହାଲ ପୋଲିସ ଓ ଟିକ୍ରାପଡ଼ା ପୋଲିସର ମିଳିତ ଉଦ୍ୟମରେ ଗଠିତ ଟିମ୍ ବହୁ ଚର୍ଚ୍ଚିତ ଧରାବଗଡ଼ ବ୍ୟବସାୟୀଙ୍କୁ ରାତି ଅଧରେ ନିର୍ମମ ହତ୍ୟା ଘଟଣାର ଗୁମର ଖୋଲିବାରେ ସଫଳ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ରକ୍ତ ଭିଜା  ତାବଳୀ, ଘଟଣାରେ ବିଭିନ୍ନ ଲୋକଙ୍କ ବୟାନ ଓ ମୋବଇଲ କଲ୍ ଡିଟେଲରୁ ପୋଲିସକୁ ମିଳିଛି ଏହି ବଡ ସଫଳତା ।

{"id":189146,"sizeSlug":"large"}

ଟଙ୍କା ନେଣଦେଣ ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ବଲାଙ୍ଗୀର ଏସପି କହିଛନ୍ତି  । ଘଟଣାରେ ଧରାବଗଡ଼ ଗାଁର ଜବ ଓରଫ ଜବନାନନ୍ଦ କୁଅଁର ହିଁ ଟଙ୍କା ପାଇଁ ମୃତ ବ୍ୟବସାୟୀ ସତ୍ୟ ନାରାୟଣ ପୁରୋହିତଙ୍କୁ ଶୋଇଥିବା ବେଳେ ଏକ ଧାରୁଆ ତାବଳୀରେ ନିର୍ମମ ହତ୍ୟା କରିଥିଲା ।  ଯବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  

{"id":189147,"sizeSlug":"large"}

ଗତ ୨୫ ତାରିଖ ଦିନ ସଇଁତଲା ଥାନା ଧରବଗଡ଼ ଗାଁର କିରାନା ବ୍ୟବସାୟୀ ସତ୍ୟନାରାୟଣ ପୁରୋହିତଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.