Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବାରଙ୍ଗ ମଣ୍ଟୁ ମଣ୍ଡଳ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ରାଜା ଷଡଙ୍ଗୀ ଗିରଫ

20/09/2019 at 3:14 PM

ବାରଙ୍ଗ ୨୦।୯ : ବାରଙ୍ଗ ପଂଚୁପାଳ ଗାଁରେ ଗତ ୧୧ତାରିଖରେ  ମଣ୍ଟୁ ମଣ୍ଡଳଙ୍କୁ ବୀଭତ୍ସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରାଜା ଷଡଙ୍ଗୀର ଘର ବାରଙ୍ଗ ଥାନା  ପଂଚୁପାଳ ଗାଁରେ । ସେ ଦେଶୀ ମଦକୁ ବିଦେଶୀ କରିବା ବ୍ୟବସାୟରେ ଲିପ୍ତ ଥିଲା । ତେବେ କେଉଁ କାରଣରୁ ରାଜା ମଣ୍ଟୁକୁ ହତ୍ୟା କରିଛି ଏବଂ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଜାରି ରଖିଛି ପୋଲିସ ।

ମଣ୍ଟୁ ମଣ୍ଡଳଙ୍କ ଘର ବାରଙ୍ଗ ଗଦେଇକୁଦ । ସେ ତାଙ୍କ ପରିବାର ସହ  ବାହାରେ ରହୁଥିଲେ । ଗତ ୩ ତାରିଖରେ ମଣ୍ଟୁ ବାରଙ୍ଗ ଆସି ଏକ କାଠଗୋଲାରେ ରହି କାମ କରୁଥିଲେ । ୧୦ ତାରିଖ ରାତିରେ ମଣ୍ଟୁ ଏବଂ ରାଜା ମଦ୍ୟପାନ କରି ବୁଲାବୁଲି କରୁଥିବା ଦେଖାଯାଇଥିଲା । ତେବେ ଏଭଳି ହତ୍ୟାକାଣ୍ଡ ଏକ ଯୋଜନାବଦ୍ଧ ଭାବେ କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

   Related Posts