କେସୁରାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା : ଅଭିଯୁକ୍ତ ଗୌରୀ ଶଙ୍କର ରାଉତ ଗିରଫ

Published By : Prameya-News7 Bureau | August 11, 2019 IST

ନୀଳଗିରି ୧୧|୮: ବାଲେଶ୍ବର ଜିଲ୍ଲା ଜମୁଡିହା ପଂଚାୟତ କେସୁରା ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ନୀଳଗିରି ପୋଲିସ । ମୁଖ୍ୟ ଅଭିଯୁକ୍ତ ସେହି ଗାଁର ଗୌରୀ ଶଙ୍କର ରାଉତ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିଲା ।

{"id":143220}

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ବିଳମ୍ବିତ ରାତିରେ କେସୁରା ଗାଁର ବିଜୟ କୁମାର ସିଂହଙ୍କୁ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣିବା ସହ ଗୁପ୍ତାଙ୍ଗ କାଟି ଦେଇଥିଲେ ଦୁର୍ବୃତ୍ତ । ଗତକାଲି ଅଭିଯୁକ୍ତର ଦୁଇ ହାତ ପାପୁଲି କଟିଯାଇଥିବା ଯୋଗୁଁ ସନ୍ଦେହରେ ଅଟକ ରଖିଥିଲା ପୋଲିସ। ଛାନଭିନ ପରେ ସମସ୍ତ ଘଟଣା ସ୍ବୀକାର କରିଛି ଅଭିଯୁକ୍ତ । ପାରିବାରିକ ଶତ୍ରୁତା ନେଇ ମାରିଥିବା ସୂଚନା। ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାର ଖୋଳତାଡ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.