ଯୁବକଙ୍କୁ ବିଭତ୍ସ ହତ୍ୟା, ଆଖି ତାଡିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 13, 2019 IST

ଢେଙ୍କାନାଳ ୧୩।୧୨: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ନିତ୍ୟାନନ୍ଦପୁରରେ ଅଭବବନୀୟ ଘଟଣା ଦେଖିବାକୁ ମିଳିଛି  । ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ  ଆଖି ଫୁଟାଇବା ସହ ଗୁପ୍ତାଙ୍ଗ କାଟି ଦେଲେ ଦୁର୍ବୃତ୍ତ ।ମୃତକ ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":197003,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯୁବକ ପୂର୍ଣଚନ୍ଦ୍ରଙ୍କୁ ବାହାରେ ହତ୍ୟା କରି ଘରେ ଫୋପାଡି ଦେଇଥିବା ସନ୍ଦେହ  କରାଯାଉଛି । ସ୍ଥାନୀୟ ଷ୍ଟୋନ କ୍ରସରରେ ଶ୍ରମିକ ଭାବେ କାମ କରୁଥିଲେ ପୂର୍ଣ୍ଣଚନ୍ଦ୍ର । ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.