ରେଳ ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | December 04, 2019 IST

ଗଞ୍ଜାମ ୦୪।୧୨: ଗଞ୍ଜାମ ଜିଲ୍ଲା ଗୋଶାଣୀନୂଆଗାଁ ଥାନା ଅନ୍ତର୍ଗତ ରେଳ ଷ୍ଟେସନରେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ । ସାମାନ୍ୟ ବଚସାରୁ ଛୁରିଭୁଷି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ଗୁଡସେଡ ରୋଡ ସ୍ଥିତ ତ୍ରିନାଥ ମନ୍ଦିର ସାହିର ଅନୀଲ ପଣ୍ଡା ।

{"id":193530,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଷ୍ଟେସନ ୪ନମ୍ବର ପ୍ଲାଟଫୋର୍ମ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଛୁରୀ ଭୁସି ହତ୍ୟା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଏହିହତ୍ୟା କାଣ୍ଡ ଘଟିଛି । ଦୁର୍ବୃତ୍ତମାନେ ଅନୀଲ ପଣ୍ଡାଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଅନୀଲଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବ୍ରହ୍ମପୁର ଏସପି ଓ ଏସ୍ଡିପିଓ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.