Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁରାଦାବାଦ ଆକ୍ରମଣର ଖୁଲାସା: ଦିନେ ପୂର୍ବରୁ ହୋଇଥିଲା ଷଡଯନ୍ତ୍ର, ଘରେ ସାଇତି ରଖିଥିଲେ ଇଟା ପଥର

16/04/2020 at 3:35 PM

ମୁରାଦାବାଦ ୧୬/୦୪ : ମୁରାଦାବାଦରେ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଟିମ ଉପରେ ଆକ୍ରମଣ ଷଡଯନ୍ତ୍ର ଦିନ ପୂର୍ବରୁ ହିଁ ହୋଇଯାଇଥିଲା | କିଛି ସ୍ଥାନୀୟ ଲୋକ ଓ ପୋଲିସ ସୂତ୍ର ଅନୁଯାୟୀ, ଆକ୍ରମଣ ଷଡଯନ୍ତ୍ର ପୂର୍ବରୁ ହୋଇଥିଲା ଏବଂ ଏଥିପାଇଁ ଘର ଛାତ ଉପରେ ଇଟା ପଥର ପୂର୍ବରୁ ଜମା କରି ରଖାଯାଇଥିଲା | ମହିଳାଙ୍କୁ ଏହି ଘଟଣାରେ ସାମିଲ କରିବା ମଧ୍ୟ ଏକ ଚାଲ ଥିଲା ଯାହା ପୋଲିସ ସେତେବେଳେ ଜାଣିପାରିନଥିଲା |

ଷଡ଼ଯନ୍ତ୍ରକାରୀ ଭାବିଥିଲେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଉପରକୁ ଆକ୍ରମଣ କଲେ ସେମାନେ ଘାବରେଇ ଯିବେ ଏବଂ ସେଠାରୁ ପଳାଇଯିବେ | ଏହା ପରେ ସେମାନଙ୍କୁ ବ୍ୟାକଫୁଟକୁ ଯିବାକୁ ପଡିବ | ପଚରାଉଚରା ବେଳେ କିଛି ଲୋକଙ୍କୁ ଆକ୍ରମଣ ପାଇଁ ଉସୁକାଇଥିବା କୋଟୱାଲି ରାଜେଶ କୁମାର କହିଛନ୍ତି। ସେମାନଙ୍କୁ ପୋଲିସ ଖୋଜୁଛି |

କରୋନା ସଂକ୍ରମଣ ବିସ୍ତାରର ମୁଖ୍ୟ କେନ୍ଦ୍ର ନିଜାମୁଦ୍ଦିନ ଓ ଜମାତିଙ୍କୁ ଦେଶର କୋଣ ଅନୁକୋଣରେ ଖୋଜା ଯାଉଛି | ମୁରାଦାବାଦରେ ମଧ୍ୟ ଅନେକ ଜମାତି ବହୁତ ଦିନ ଯାଏଁ ଲୁଚି ରହିଥିଲେ | ସୂତ୍ର ଅନୁଯାୟୀ ଏବେ ମଧ୍ୟ ଅନେକ ଲୋକ ସହରରେ ଲୁଚି ରହିଛନ୍ତି | ପୋଲିସ କିଛି ମହିଳା ଓ ଲୋକମାନଙ୍କୁ ହେପାଜତକୁ ନେଇଛି | ପଚରାଉଚୁରା ବେଳେ ସେମାନେ ସ୍ୱୀକାର କରିଛନ୍ତି ଯେ, ପୋଲିସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ କରିବାକୁ କିଛି ଲୋକ ସେମାନଙ୍କୁ ଉସୁକାଇଥିଲେ | ଆକ୍ରମଣ ପରେ ସେମାନେ ଆଉ ସେଠାକୁ ଆସିବାକୁ ଚେଷ୍ଟା କରିବେନି ବୋଲି ସେହି ଲୋକମାନେ କହିଥିଲେ |

ମଙ୍ଗଳ ଦିନ ପ୍ରଥମେ ପୋଲିସ କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ଷଡଯନ୍ତ୍ର ହୋଇଥିଲା | କିନ୍ତୁ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶବ ହସ୍ତାନ୍ତର କରାଯିବାର ଥିଲା | ଯେଉଁଥିପାଇଁ ପୋଲିସ ଅନ୍ୟ ଲୋକମାନଙ୍କୁ କ୍ଵାରେଣ୍ଟିନ କରିବା ପାଇଁ ମଙ୍ଗଳବାର ଦିନ ପହଞ୍ଚିନଥିଲା | ଯଦି ଟିମ ମଙ୍ଗଳବାର ଦିନ ସେଠାକୁ ଯାଇଥାନ୍ତେ ତାହେଲେ ସେଦିନ ହିଁ ହମଲା ହୋଇଥାନ୍ତ | କିନ୍ତୁ ପୋଲିସ ଟିମ ଓ ସ୍ୱାସ୍ଥ୍ୟ କର୍ମୀ ମଙ୍ଗଳବାର ଦିନ ନ ଯାଇ ବୁଧବାର ଦିନ ଅପରାହ୍ନରେ ସେଠାରେ ପହଞ୍ଚିଥିଲେ | ବୁଧବାର ଦିନ ଟିମ ସେଠାରେ ପହଞ୍ଚିବା ପରେ ତାଙ୍କ ଉପରକୁ ହମଲା ହୋଇଥିଲା | ଏହି ଘଟଣାରେ ପୋଲିସ ସହ ଗୁଇନ୍ଦା ବିଭାଗ ନେଟୱାର୍କ ମଧ୍ୟ ଫେଲ ହୋଇଥିବା ସାମ୍ନାକୁ ଆସିଛି | ନବାବପୁରା ସ୍ଥିତ ହାଜି ନେକ ମସଜିଦ ନିକଟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ପୋଲିସ ଟିମ ଉପରକୁ ହମଲା କରିଥିବା ଅଭିଯୁକ୍ତ ରାମଗଙ୍ଗା ନଦୀ ପାରି କରି ଜଙ୍ଗଲ ଆଡକୁ ଫେରାର ହୋଇଯାଇଛନ୍ତି | ପୋଲିସ ଟିମ ରାମଗଙ୍ଗା ନଦୀ ପାରି କରି ଅଭିଯୁକ୍ତଙ୍କୁ ତଲାଶ କରୁଛି |

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଉତ୍ତର ପ୍ରଦେଶର ମୁରାଦାବାଦରେ କରୋନା ସଂକ୍ରମିତ ରୋଗୀଙ୍କୁ ନେବାକୁ ଯାଇଥିବା ଡାକ୍ତରୀ ଦଳ ଉପରେ ଆକ୍ରମଣ ହୋଇଥିଲା | ମୁରାଦାବାଦରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ମେଡିକାଲ୍ ଟିମ୍ ଏହି ମୃତ୍ୟୁ ପରେ ହାଜି ନେକ୍ ମସଜିଦ୍ ନିକଟରେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖିବାକୁ ଆଣିବାକୁ ଯାଇଥିଲେ। ଆମ୍ବୁଲାନ୍ସ ଯେମିତି କିଛି ଲୋକଙ୍କ ନେଇ ସେଠାରୁ ବାହାରିଲା, ଅନେକ ଲୋକ ଆମ୍ବୁଲାନ୍ସକୁ ଘେରି ପଥରମାଡ ଆରମ୍ଭ କରିଥିଲେ। ଆମ୍ବୁଲାନ୍ସରେ ଥିବା ଡଃ. ଏସସି ଅଗ୍ରଓ୍ଵାଲଙ୍କୁ ଟାଣି ଲୋକେ ପିଟିବା ଆରମ୍ଭ କରିଥିଲେ। ଚାରି ଆଡୁ ପଥରମାଡ ହେବାରୁ ସେଠାରେ ଥିବା ପୋଲିସ ସିପାହୀ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ପଳାଇଥିଲେ।

   Related Posts