କ୍ରୁଜରେ ରେଭ ପାର୍ଟି: ସାନିଟାରୀ ପ୍ୟାଡରେ ଡ୍ରଗ୍ସ ଲୁଚାଇଥିଲେ ମୁନମୁନ ଧମେଚା ? ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | October 09, 2021 IST

ମୁମ୍ବାଇ ୦୯।୧୦: 'କାର୍ଡେଲିଆ ଦ ଇମ୍ପ୍ରେଜ' କ୍ରୁଜ୍‌ରେ ଡ୍ରଗ୍ସ ଜବତ କେସ୍‌ରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହିତ ମୁନମୁନ ଧମେଚା ମଧ୍ୟ ଗିରଫ ହୋଇଥିଲେ। ଏବେ ଏହି କେସ୍‌କୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଏନସିବି ସେୟାର କରିଛି। ଏଥିରେ ଦେଖିବାକୁ ମିଳିଛି ଯେ, କେମିତି କ୍ରୁଜରୁ ଅଭିଯୁକ୍ତ ମୁନମୁନ ଧମେଚା ସାନିଟାରୀ ପ୍ୟାଡ୍ସରେ ଲୁଚାଇ ରଖିଥିବା ଡ୍ରଗ୍ସ ଧରା ପଡିଛି।

ଏନସିବି କହିଛି, ଏହା ମୁନମୁନଙ୍କ କଠୋରୀରୁ ସିଜରିଙ୍ଗର ଭିଡିଓ। କ୍ରୁଜରେ ଚଢାଉ ସମୟରେ ଏହା ତିଆରି କରାଯାଇଥିଲା। ୨୮ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସାନିଟାରୀ ପ୍ୟାଡ୍ସ ଭିତରେ ଏକ କାଗଜ ପୁଡିଆରେ ଡ୍ରଗ ପିଲ୍ ଲୁଚା ଯାଇଛି। ଏହି ଭିଡିଓର ସତ୍ୟତା କେତେ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।

wp:html /wp:html

ଉଲ୍ଲେଖନୀୟ ମୁନମୁନ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ମୁନମୁନ ଜଣେ ମୋଡେଲ୍ ଏବଂ ସେ ଏକ ଉଦ୍ୟୋଗ ପରିବାରରୁ ଆସିଛନ୍ତି।  କୁହାଯାଉଛି ମୁନମୁନ ମଧ୍ୟ ପ୍ରଦେଶର ସାଗର ଜିଲ୍ଲାର ବାସିନ୍ଦା। ମାତ୍ର ସେ ଦୀର୍ଘ ସମୟ ଧରି ଦିଲ୍ଲୀରେ  ରହୁଛନ୍ତି। ଏବେ ମଧ୍ୟପ୍ରଦେଶରେ ନା ସେ ରହୁଛନ୍ତି ନା ତାଙ୍କ ପରିବାରର ସଦସ୍ୟ ରହୁଛନ୍ତି। ଯେଉଁ ଇନଷ୍ଟାଗ୍ରାମ ଆକାଉଣ୍ଟ ମୁନମୁନଙ୍କ ହୋଇଥିବା କୁହାଯାଉଛି ସେଥିରେ ସେ ପାର୍ଟି  କରୁଥିବାର ଫଟୋ ରହିଛି। ଆଉ କିଛି ଫଟୋରେ ସେଲିବ୍ରିଟି ତାଙ୍କ ସହ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.