Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାପା-ଭାଇ ସାଙ୍ଗେ ବାଇକରେ ଯାଉଥିଲା ଝିଅ: ହଠାତ କାରରେ ଆସିି ଗୁଳି କଲେ କିଛି ଯୁବକ, ଘରକୁ ଯାଇ ଜଣାପଡିଲା…

26/10/2021 at 8:51 PM

ରୋହତକ ୨୬/୧୦ : ହରିୟାଣା ରୋହତକରେ ଶୁକ୍ରବାର ରାତିରେ ଏକ ଗୁଳି କାଣ୍ଡ ଘଟିଛି। ରୋହତକରୁ ଖିଡୱାଲି ଗାଁକୁ ଯାଉଥିବା ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ ଝିଅ ତାଙ୍କ ବାପା ଏବଂ ଭାଇଙ୍କ ସହ ବାଇକରେ ଯାଉଥିବା ବେଳେ କିଛି ଯୁବକମାନେ ଚଳନ୍ତା କାରରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଗାଁର ୮ ନମ୍ବର ଡ୍ରେନ୍ ନିକଟରେ ବସିଥିବା ଯୁବକମାନେ ଏହି ଘଟଣା ଘଟାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ଏହି ଘଟଣାର ତଦନ୍ତରେ ବ୍ୟସ୍ତ ଥିଲା।

ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଇନ୍ସପେକ୍ଟର କୁଲଦୀପ ସିଂ କହିଛନ୍ତି ଯେ ରାତି ୧୧ଟା ୩୦ ରେ ସୂଚନା ମିଳିଥିଲା ଯେ ଖିଡୱାଲି ଗାଁର ଜଣେ ୧୭ ବର୍ଷିୟା କିଶୋରୀଙ୍କୁ ପିଜିଆଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତା କିଶୋରୀଙ୍କ ଗୋଡରେ ଗୁଳି ବାଜିଛି। ଏଏସଆଇ ଓମ୍ ସିଂ ପୋଲିସ ଷ୍ଟେସନରୁ ପିଜିଆଇ ମେଡ଼ିକାଲରେ ପହଞ୍ଚିଥିଲେ। ପ୍ରାଥମିକ ପଚରାଉଚରା ବେଳେ ଜଣାପଡିଥିଲା ଯେ ଝିଅର ବାପା ହାନସରାଜ ଜଣେ ମ୍ୟୁନିସିପାଲ୍ କର୍ପୋରେସନର ସଫେଇ କର୍ମଚାରୀ।

ଶୁକ୍ରବାର ଦିନ ଡ୍ୟୁଟି ପରେ ଘରକୁ ଯିବାରେ ହାସନରାଜଙ୍କର ଡେରି ହୋଇଥିଲା। ପୁଅ ସରନ କହିଛନ୍ତି ଯେ ସେ ତାଙ୍କୁ ନେବାକୁ ରୋହତକକୁ ଆସିଥିଲେ। ସେ ଓ ତାଙ୍କ ଝିଅ ମୁସ୍କାନ୍ ଏକ ବାଇକରେ ରୋହତକକୁ ଆସିଥିଲେ। ତିନିଜଣ ଏକ ବାଇକରେ ଘରକୁ ଯାଉଥିଲେ। ରାସ୍ତାରେ ଡ୍ରେନ୍ ନମ୍ବର ୮ର ଟ୍ରାକରେ ଏକ ଇକୋ କାର୍ ପାର୍କିଂ କରାଯାଇଥିଲା।

ଏହି ସମୟରେ ପାଖରେ ବସିଥିବା ଯୁବକ ଜଣକ ଗୁଳି ଚଳାଇଥିଲେ। ଗୁଳିଟି ପଛରେ ବସିଥିବା ଝିଅର ଗୋଡରେ ବାଜିଥିଲା। ସେ ଘରକୁ ଯାଇ ଜାଣିବାକୁ ପାଇଲେ ଯେ ତାଙ୍କୁ ଗୁଳି ବାଜିଛି । ତାଙ୍କୁ ତୁରନ୍ତ ପିଜିଆଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଥାନା ଦାୟିତ୍ୱରେ ଥିବା କୁଲବୀର ସିଂ କହିଛନ୍ତି ଯେ ଏହି ଘଟଣାର ପୁଙ୍କାନୁଫୁଙ୍ଖ ତଦନ୍ତ କରାଯାଉଛି। ଘଟଣାର ତଦନ୍ତ ଶେଷ ହେବା ପରେ ହିଁ ସତ ସାମ୍ନାକୁ ଆସିବ।

   Related Posts