ପୌର ନିର୍ବାଚନ ପାଇଁ ଫିଟିଲା ବାଟ, ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ୨୦୨୧

Published By : Prameya-News7 Bureau | September 07, 2021 IST

ଭୁବନେଶ୍ବର ୭।୯: ପୌର ନିର୍ବାଚନ ନେଇ ବାଟ ଫିଟିଲା । ବିଧାନସଭାରେ ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ୨୦୨୧ ପାରିତ ହୋଇଛି । ବିଲ୍ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ  ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଅର୍ଥାତ୍ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।

ଏହି ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ଅଂଶଗୁଡିକ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ। ଯାହାକି ୨୭ ପ୍ରତିଶତରୁ ଅଧିକ ହେବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.