କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ୍ : ମାସକର ଶିଶୁକୁ କୋଳରେ ଧରି କାମ କରୁଛନ୍ତି ମ୍ୟୁନିସିପାଲିଟି କମିଶନର, ସେପଟେ ଡ୍ୟୁଟି ପାଇଁ ୪୫୦କି.ମି. ଚାଲିଲେ କନଷ୍ଟେବଳ

Published By : Prameya-News7 Bureau | April 12, 2020 IST

ବିଶାଖାପାଟନମ୍।ଜବଲପୁର ୧୨।୪: କରୋନା ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟର ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ପୋଲିସ କର୍ମଚାରୀମାନେ ମଧ୍ୟ ସମ୍ପୂର୍ଣ୍ଣ ଦାୟିତ୍ବବାନ୍ ହୋଇ ନିଜ କର୍ତ୍ତବ୍ୟ କରୁଛନ୍ତି । ଏଭଳି ସଙ୍କଟ ସମୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମର ମ୍ୟୁନିସିପାଲିଟି କର୍ପୋରେସନ କମିଶନର ତାଙ୍କ ଏକ ମାସର ପୁଅକୁ ଛାଡି ଅଫିସରେ କାମ କରୁଛନ୍ତି । ବେଳେବେଳେ ସେ ତାଙ୍କ ପୁଅକୁ ନେଇ ମଧ୍ୟ ଅଫିସରେ ପହଞ୍ଚିଥାନ୍ତି । ସେହିଭଳି ଅନ୍ୟ ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଜବଲପୁରର ପୋଲିସ କନଷ୍ଟେବଳ । ଯିଏ କି ଲକ୍ ଡାଉନ୍ ମଧ୍ୟରେ ଡ୍ୟୁଟିକୁ ଯିବା ପାଇଁ କାନପୁରରୁ ଜବଲପୁର ପର୍ଯ୍ୟନ୍ତ ୪୫୦ କିଲୋମିଟର ଚାଲିଥିଲେ ।

{"id":252770,"sizeSlug":"large"}

ଆନ୍ଧ୍ରପ୍ରଦେଶ ବିଶାଖାପାଟନମର ମ୍ୟୁନିସିପାଲିଟି କର୍ପୋରେସନ କମିଶନର ସୃଜନା ଏକ ମାସ ପୂର୍ବରୁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ସମୟରେ କରୋନା  ପାଇଁ ଲକ୍ ଡାଉନ୍ ଆରମ୍ଭ ହୋଇଥିଲା । ଏପରି ପରିସ୍ଥିତିରେ ବିଶାଖାପାଟନମ୍ ପରି ମହାନଗରରେ କର୍ପୋରେସନ୍ କମିଶନରଙ୍କ ଆବଶ୍ୟକତା କେତେ ତାହା କହିବାର ଆବଶ୍ୟକତା ନାହିଁ । ଦାୟିତ୍ବକୁ ହୃଦୟଙ୍ଗମ କରି ସୃଜନା ମଧ୍ୟ ଅଫିସକୁ ଯିବାକୁ ସ୍ଥିର କଲେ । ବର୍ତ୍ତମାନ ସେ ପୁଅକୁ ସ୍ବାମୀ ଏବଂ ମାଙ୍କ ନିକଟରେ ଛାଡି ପ୍ରତିଦିନ ଡ୍ୟୁଟିରେ କରୁଛନ୍ତି । କେବଳ ଏତିକି ନୁହେଁ ପ୍ରସବ କରିବାର କିଛି ଦିନ ପୂର୍ବରୁ ମଧ୍ୟ ସେ ଡ୍ୟୁଟି କରୁଥିଲେ ।

{"id":252878,"width":578,"height":324,"sizeSlug":"large"}

ସୃଜନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ନବଜାତ ଶିଶୁର ମା ଦରକାର, କିନ୍ତୁ ମୁଁ ବ୍ୟକ୍ତିଗତ ଆବଶ୍ୟକତାକୁ ଅଲଗା ରଖିଛି । ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଆମେ କରୋନାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ । ମହାମାରୀର ମୁକାବିଲା କରିବାରେ ମୋର ମଧ୍ୟ ଅବଦାନ ରହିବା ଉଚିତ୍, ତେଣୁ ପରିଷ୍କାର ପରିଚ୍ଛନ୍ନତା ସହିତ ଆମେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛୁ ।

{"id":252783,"sizeSlug":"large"}

ସେହିଭଳି ଡ୍ୟୁଟିରେ ଯୋଗଦେବା ପାଇଁ କନଷ୍ଟେବଳ ୪୫୦ କିଲୋମିଟର ଚାଲିଲେ । ୟୁପିର କାନପୁରରେ ରହୁଥିବା ଆନନ୍ଦ ପାଣ୍ଡେ ମଧ୍ୟପ୍ରଦେଶ ପୋଲିସର ଜଣେ କର୍ମଚାରୀ । ବର୍ତ୍ତମାନ ତାଙ୍କୁ ଜବଲପୁର ସହରର ଓମାଟି ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଛି । ସେ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ଛୁଟି ନେଇ ଫେବୃଆରୀ ୨୦ରେ ତାଙ୍କ ଗାଁକୁ ଆସିଥିଲେ । କିନ୍ତୁ ସେହି ସମୟରେ ଲକ୍ ଡାଉନ୍ ହୋଇଗଲା । ଛୁଟି ଶେଷ ହେବାରୁ ଆନନ୍ଦଙ୍କୁ ଡ୍ୟୁଟିରେ ଜବଲପୁରକୁ ଫେରିବାକୁ ପଡିଲା । ଏପରି ପରିସ୍ଥିତିରେ ସେ ହାର ମାନିନଥିଲେ ଏବଂ ମାର୍ଚ୍ଚ ୩୦ରେ ପାଦରେ ଚାଲି ଚାଲି କାନପୁର ଅଭିମୁଖେ ଯାତ୍ରା କରିଥିଲେ । ଯେଉଁଠାରେ ରାସ୍ତାରେ ଲିଫ୍ଟ ମିଳିଲା ଚାଲିଗଲେ ଏବଂ ତାପରେ ଓହ୍ଲାଇ ଚାଲିବା ଆରମ୍ଭ କରିବେ । ଜବଲପୁରରେ ପହଞ୍ଚିବାକୁ ତାଙ୍କୁ ୩ ଦିନ ସମୟ ଲାଗିଗଲା । ଏଭଳି ଉତ୍ସାହକୁ ଦେଖି ଏସପିଙ୍କ ସମେତ ଅନ୍ୟ କର୍ମଚାରୀ ଆନନ୍ଦଙ୍କ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.