Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଶହ ପ୍ରଶ୍ନର ଉତ୍ତର ସେହି କ୍ରମରେ ଦେବେ ୧୭ବର୍ଷର ଜୈନ ମୁନୀ ପ୍ରଜ୍ଞାପ୍ରଭଚନ୍ଦ୍ର ସାଗର

31/08/2018 at 4:27 AM

ଅହମ୍ମଦାବାଦ ୩୧|୮:   ନାଁ ତାଙ୍କର ପ୍ରଜ୍ଞାପ୍ରଭଚନ୍ଦ୍ରସାଗର, ବୟସ ମାତ୍ର ୧୭ବର୍ଷ ଏବଂ ତାଙ୍କର ସ୍ମରଣ ଶକ୍ତି ଏମିତି ଯେ ବଡ ବଡ ଜ୍ଞାନୀ ଗୁଣି ଲୋକ ବି ତାଙ୍କ ନିକଟରେ ଫେଲ୍ ମାରିବେ  । ପ୍ରଜ୍ଞାପ୍ରଭଚନ୍ଦ୍ର ସାଗର ହେଉଛନ୍ତି ଆଚାର୍ଯ୍ୟ ନୟାଚନ୍ଦ୍ରସାଗର ଜୀଙ୍କ ତିନି ଶିଷ୍ୟଙ୍କ ମଧ୍ୟରୁ ଜଣେ । ସେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ସାଧାରଣତଃ କାର୍ଯ୍ୟକ୍ରମ ମାନଙ୍କରେ ଭିକ୍ଷୁକଙ୍କ ପ୍ରଶ୍ନର ଉତ୍ତର ଦେବା, ଗଣନା କରିବା, ରାଗ ସହ ଗାୟିବା, ବିଦେଶୀ ବାଖ୍ୟାଂଶକୁ ମନେରଖିବା ପାଇଁ ତାଙ୍କୁ କୁହାଯାଏ ।କାର୍ଯ୍ୟକ୍ରମରେ ତାଙ୍କୁ ବିଚଳିତ କରିବା ପାଇଁ ଉଚ୍ଚ ଶବ୍ଦରେ ମଧ୍ୟ ସଙ୍ଗୀତ ବଜାଯାଇଥାଏ ।

ଜ୍ଞାପ୍ରଭଚନ୍ଦ୍ରସାଗର ଆସନ୍ତା ଡିସେମ୍ବର ୨ରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ନିଜ ସ୍ମରଣଶକ୍ତି ବିଷୟରେ ସମସ୍ତଙ୍କୁ ଅବଗତ କରାଇବେ । କାର୍ଯ୍ୟକ୍ରମରେ ଲୋକମାନଙ୍କ ଦ୍ବାରା ପଚରାଯାଇଥିବା ୨ଶହ ପ୍ରଶ୍ନର ଉତ୍ତର ସେ ସେହି କ୍ରମରେ ଦେବେ । ଜୈନ ଭାଷାରେ କହିବାକୁ ଗଲେ ଯୁବ ମୁନୀ ମହା ଶତାଦ୍ଧାନୀ ହୋଇଯିବେ । ଯିଏକି ଶ୍ଳୋକ ଏବଂ ଗଣିତର ୨ଶହ ପ୍ରଶ୍ନର ଉତ୍ତର ପର୍ଯ୍ୟାୟକ୍ରମେ ଏବଂ ବିଦେଶୀ ବାଖ୍ୟାଂଶରେ ଉତ୍ତର ଦେଇପାରିବ । ବିଶେଷଜ୍ଞମାନେ କହୁଛନ୍ତି ଅବଧାନ ସଂପୂର୍ଣ୍ଣ ଗତିବିଧି ଉପରେ ଧ୍ୟାନ ଦେବାର ପ୍ରକ୍ରିୟା ଅଟେ । ଶତାଦ୍ଧାନୀ ତାକୁ କୁହାଯାଏ ଯିଏ ଶହେ ଜିନିଷକୁ ଏକାସହ ମନେରଖି ପାରନ୍ତି ।

   Related Posts