ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

ଆରମ୍ଭ ହେଲା ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ : ୧୮ବର୍ଷରେ ଯୁବକଙ୍କ ପାଇଁ କଣ କରିଛନ୍ତି ହିସାବ ମାଗିଲେ ବିରୋଧୀ

27/08/2018 at 6:41 AM

ଭୁବନେଶ୍ବର୨୭|୮: ଆଜି ଠାରୁ ଆରମ୍ଭ ହେଲା ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ। ଗାଁ ଗହଳର ସାହାସୀ ଓ ପାରଦର୍ଶୀ ଯୁବକଙ୍କୁ ଏବେ ସମ୍ମାନିତ କରିବେ ରାଜ୍ୟ ସରକାର। ଆନୁଷ୍ଠାନିକଭାବେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ବାଣ ମରିଛି ବିଜେପି । ଏପଟେ କଂଗ୍ରେସ କହିଛି ନିର୍ବାଚନ ଦେଖି ଏମିତି ଯୋଜନା କରିଛନ୍ତି ସରକାର।
ମୁଁ ହିରୋ ମୁଁ ଓଡିଶା। ଏବେ ନବୀନଙ୍କ ସହିତ ଏୟା କହିବ ପୂରା ଓଡ଼ିଶା। ଏମିତି କିଛି ଆଶା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ । ଯାହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତି ପଞ୍ଚାୟତରେ ପାରଦର୍ଶିତା ଏବଂ ସାହସିକତା ପ୍ରଦର୍ଶନ କରୁଥିବା ଯୁବକ ଯୁବତୀଙ୍କୁ ମୁଁ ହିରୋ ଭାବେ ସମ୍ମାନିତ କରିବେ ସରକାର । ପଞ୍ଚାୟତରେ ଯେଉଁ ଯୁବକମାନେ ଶିକ୍ଷାର ବିକାଶ,ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କୁ ଉଦ୍ଧାର କରିବା ସହ ସେବା ଯୋଗାଇଥିବେ, ଅନ୍ଧବିଶ୍ବାସ ଓ ସମାଜିବ ବ୍ୟାଧି ବିରୋଧରେ ଆନ୍ଦୋଳନ ଆଣିଥିବେ, ସ୍ବଚ୍ଛତା କ୍ଷେତ୍ରରେ କାମ କରିଥିବେ, ମଦ ବିରୋଧରେ ଆନ୍ଦୋଳନ କରିଥିବେ, ବୃକ୍ଷରୋପଣ ଏବଂ ଶିକ୍ଷା ଓ କ୍ରୀଡାକ୍ଷେତ୍ରରେ ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଥିବେ ସେମାନଙ୍କୁ ଏହି ସମ୍ମାନ ମିଳିବ। ଏହି ଯୁବକଯୁବତୀଙ୍କୁ ପଞ୍ଚାୟତସ୍ତର ଏବଂ ପୌରାଞ୍ଚଳରେ ଥିବା ଯୁବା ବାହିନୀ ଚିହ୍ନଟ କରିବ। କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ପ୍ରତି ଗାଁରେ ଗୋପବନ୍ଧୁ, ମଧୁସୂଦନ, ଧର୍ମପଦ ଅଛନ୍ତି। ସେମାନଙ୍କୁ ପରିଚୟ ମିଳିବା ଦରକାର।
ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ହେବା ପୂର୍ବରୁ ବିଜେପି ସମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛି। ୨୦ବର୍ଷ ଧରି ଯୁବକଙ୍କ ପାଇଁ ସରକାର କଣ କରିଛନ୍ତି ତାର ପ୍ରଥମେ ହିସାବ ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ସରକାର ନିଯୁକ୍ତି ଦେଇଥିବା ଗାଁ ସାଥୀମାନଙ୍କ ଏବେ ଅବସ୍ଥା କଣ, ଶିକ୍ଷକ ଓ ଅଧ୍ୟାପକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି, ୨୫ ବର୍ଷରେ ଯେଉଁ ଶିକ୍ଷକ ମାନେ ଚାକିରୀ କରିଥିଲେ ସେମାନେ ଦରମା ନ ପାଇଁ ହିନସ୍ତା ହେଉଛନ୍ତି, ୩୦୬୭ଟି ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ରୁଗଣ ହେଲାଣି, ୧୪ଟି ସୂତାକଳରୁ ୧୧ଟା ବନ୍ଦ,ଗତ ନିର୍ବାଚନରେ ଗ୍ରାମଞ୍ଚଳରେ ବିପିଓ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି କୁଆଡେ ଗଲା, ନିଯୁକ୍ତି ମେଳା ନାଁ ଠକେଇ ଚାଲୁଛି କିନ୍ତୁ ଦୋଷୀମାନଙ୍କୁ ଦଣ୍ତ ମିଳୁାହିଁ । ଏସବୂ ଉତ୍ତର ବିଜେପି ମାଗିଥିବାବେଳେ କଂଗ୍ରେସ ଅଭିଯୋଗ କରିଛି କେବଳ ନିର୍ବାଚନ ପାଇଁ ମୁଁ ହିରୋ କାର୍ଯ୍ୟକ୍ରମ। ଏହାର ଜବାବ ରଖିଛି ବିଜେଡି ।
କଟକ ଇନଡୋଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରରେ ରାଜ୍ୟରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବବାହିନୀର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏହି ଅବସରରେ କିଛି ଯୁବକଯୁବତୀ ଓ କିଛି ପିଲାଙ୍କୁ ସମ୍ମାନିତ କରାଯାଇଥିଲା।

   Related Posts