ପୁଣି ଭାଇଚାରା ଦେଖାଇଲେ ମୁମ୍ବାଇବାସୀ, ରାସ୍ତାରେ ଓଲଟି ପଡିଥିବା କାରକୁ ଉଠାଇଲେ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 18, 2021 IST

ମୁମ୍ବାଇ ୧୮।୦୬: ଜରା ହଟକେ। ଜରା ବଚକେ। ୟେ ହେ ମୁମ୍ବାଇ ମେରା ଜାନ। ସ୍ଵପ୍ନର ଏବଂ ମାୟାର ନଗରୀ ହେଉଛି ମୁମ୍ବାଇ। ଏହାବାଦ୍ ମୁମ୍ବାଇ ନିଜ ସ୍ଥାନୀୟ ଲୋକଙ୍କ ଭାଇଚାରା ପାଇଁ ମଧ୍ୟ ପରିଚିତ। ଯେଉଁମାନେ ବିପଦ ସମୟରେ କାନ୍ଧରେ  କାନ୍ଧ ମିଶାଇ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଚିହ୍ନା ହେଉ କି ଅଚିହ୍ନା କିଛି ନଦେଖି ଘଟଣାସ୍ଥଳକୁ ଦୌଡି ଯାଇ ଲୋକଙ୍କୁ ସାହାଯ୍ୟ କରନ୍ତି।

ଏହାର ଏକ ଉଦାହରଣ ନିକଟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏହି ଘଟଣା ମୁମ୍ବାଇର ବାଲକେଶଓ୍ଵାର ଅଞ୍ଚଳରେ ଘଟିଛି। ଏକ କାର ରାସ୍ତା ଉପରେ  ଓଲଟି ପଡିଥିଲା। ଏହା ପରେ ଲୋକେ ଏକତ୍ର  ହୋଇ କାରକୁ ଉଠାଇ ଛିଡା କରାଇଥିଲେ।

wp:html /wp:html

ସବୁଠୁ ବଡ କଥା ଘଟଣା ସମୟରେ ସେହି ରାସ୍ତା ଦେଇ ଲୋକେ ନିଜ ନିଜ କାମରେ ଯାଉଥିଲେ। ଆପଣ ଜାଣିଥିବେ ଆଜିର ବ୍ୟସ୍ତବହୁଳ ଜୀବନରେ କିଏ କାହା ପାଇଁ ସମୟ ଦେଇ ପାରୁଛନ୍ତି। କିନ୍ତୁ ଏଠାରେ ଅନେକ ଲୋକେ ଏକାଠି ହୋଇ ଦୁର୍ଘଟଣାରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ସହ ଓଲଟି ପଡିଥିବା କାରକୁ ଉଠାଇ ଦେଇଛନ୍ତି। ସଭିଏଁ ମୁମ୍ବାଇବାସୀଙ୍କ ଏହି ବ୍ୟବହାରକୁ ଖୁବ୍ ପ୍ରଶଂସା କରିଛନ୍ତି।

ବିଞ୍ଜଲ ପାରେଖ ନାମକ ଜଣେ ମହିଳା ଇନଷ୍ଟାଗ୍ରାମରେ ଏହାର ଭିଡିଓ ପୋଷ୍ଟ କରିଛନ୍ତି। ଏହାକୁ ମାନଭ ମଙ୍ଗଲମି ନାମକ ଜଣେ ଫଟୋଗ୍ରାଫର ମଧ୍ୟ ସେୟାର କରିଛନ୍ତି। 'ଦମ ଲଗା କେ ହେଇସା' ଏହି ପ୍ରସିଦ୍ଧ ସଂଳ୍ପାପ ଏହି ଘଟଣାରେ ଯଥାର୍ଥ ପ୍ରତିପାଦନ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକେ ମିଳିତ ଭାବେ ଶକ୍ତି ଖଟାଇ କାରକୁ ଉଠାଉଛନ୍ତି। କେବଳ ଇନଷ୍ଟାଗ୍ରାମରେ ନୁହେଁ ବରଂ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ୍‌ରେ ମଧ୍ୟ ଏହାର ପ୍ରସାରଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.