ପ୍ରେମିକକୁ ପଟିମାରି ଅଭିନେତ୍ରୀ ପ୍ରେମିକା ଛୁ… ମୁମ୍ବାଇରୁ ଭୁବନେଶ୍ବର ହାଇପ୍ରୋଫାଇଲ ପ୍ରେମ-ପ୍ରତାରଣା ଡ୍ରାମା

Published By : Prameya-News7 Bureau | December 24, 2019 IST

ଭୁବନେଶ୍ବର ୨୪।୧୨: ପ୍ରେମିକା ବିରୋଧରେ ପ୍ରେମିକ ଆଣିଛି ପ୍ରତାରଣାର ଅଭିଯୋଗ । ଏବେ ଏହା ଏକ ହାଇ-ପ୍ରୋଫାଇଲ୍ ଚିଟିଂ କେସ୍ । ତେବେ ପ୍ରେମରେ ପ୍ରତାରଣାର ଶିକାର ହୋଇଥିବା ଯୁବକ ଜଣେ ଅଣ ଓଡିଆ । ମ୍ୟାଟ୍ରିମନିଆଲ୍ ସାଇଟରେ ଅଭିନେତ୍ରୀଙ୍କ ସହ ପରିଚୟ ହେବା ପରେ ଆରମ୍ଭ ହୋଇଥିଲା ପ୍ରେମ। ଅଭିନେତ୍ରୀଙ୍କ ପାଇଁ ମୁମ୍ବାଇରୁ ଭୁବନେଶ୍ବର ପଳାଇ ଆସିଥିଲେ ଯୁବକ। ପ୍ରେମରେ ଅନ୍ଧ ହୋଇ ଅଭିନେତ୍ରୀଙ୍କୁ ୨ ଲକ୍ଷ ଟଙ୍କା, ସୁନା ଓ ଲାପ୍‌ଟପ ମଧ୍ୟ ଦେଇଥିଲେ। ମାତ୍ର ପରେ ଅଭିନେତ୍ରୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାସହ ତାଙ୍କୁ ଧମକଚକମ ମଧ୍ୟ ଦେଇଥିଲେ ।  ଫଳରେ ଯୁବକ ଜଣଙ୍କ ନ୍ୟାୟ ପାଇବା ପାଇଁ ସବୁଠି ତାଙ୍କୁ ନିରାଶ ହେବାକୁ ପଡିଛି । ଏବେ ସେ ଡିସିପି ଓ କମିଶନରଙ୍କୁ ମେଲ୍‌ ଯୋଗେ ଘଟଣା ବିଷୟରେ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାର ମୁମ୍ବାଇରେ ଚାକିରି କରନ୍ତି। ଶିବ ବିବାହ କରିବା ଲାଗି ୨୦୧୮ ମସିହା ଅଗଷ୍ଟ ମାସରେ ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ଏକ ଆକାଉଣ୍ଟ ଖୋଲିଥିଲେ। ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ରାଜୁଙ୍କ ପ୍ରୋଫାଇଲ୍‌ ଦେଖି ଓଲିଉଡ୍‌ର ଜଣେ ଅଭିନେତ୍ରୀ ତାଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଉଭୟେ କିଛି ଦିନ ଫୋନ୍‌ରେ କଥା ହୋଇଥିଲେ । ଶିବଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ସଂପୃକ୍ତ ଅଭିନେତ୍ରୀ ଜଣଙ୍କ ୨ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ଦେବାର କିଛି ଦିନ ପରେ ଦେଢ ଲକ୍ଷ ଟଙ୍କାର ସୁନା ଚେନ୍‌ ଓ ଏକ ଲାପ୍‌ଟପ୍‌ ଦେଇଥିଲେ ଶିବ।

ପରେ ଅଭିନେତ୍ରୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାସହ ଧମକଚମକ ମଧ୍ୟ ଦେଇଥିଲେ। ଏପରିକି ତାଙ୍କୁ ଫୋନ୍‌ କଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ। ଶେଷରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ଶିବ ଏଥିପାଇଁ ସେ ଦୁଇ ଦୁଇ ଥର ଓଡିଶା ମଧ୍ୟ ଆସିଥିଲେ । ମାତ୍ର ସେ ନିରାଶ ହୋଇ ଫେରିଥିଲେ ।  ଫଳରେ ମେଲ୍‌ ଯୋଗେ କମିଶନର ଓ ଡିସିପିଙ୍କୁ ଯୋଗାଯୋଗ କରିଛନ୍ତି ଶିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.