Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନା ବିରୋଧୀ ଲଢ଼େଇରେ ମୁମ୍ବାଇ ବିଜୟୀ ! ସେରୋ ସର୍ଭେରେ ସକରାତ୍ମକ ସୂଚନା

17/09/2021 at 10:02 PM

ମୁମ୍ବାଇ ୧୭/୦୯: କରୋନା ଲଢ଼ଇେରେ ବିଜୟୀ ହେଲା ମୁମ୍ବାଇ ! ବିଏମସି ଅନୁସାରେ, ମୁମ୍ବାଇର ୮୬.୬୪ ପ୍ରତିଶତ ଲୋକଙ୍କ ଦେହରେ କରୋନା ବିରୋଧୀ ଆଣ୍ଟିବଡି ତିଆରି ହୋଇଛି। ସେରୋ ସର୍ଭେରେ ଏନେଇ ଜଣାପଡ଼ିଥିବା ବେଳେ ଟିକାକରଣ ପାଇଁ ଏହା ସମ୍ଭବ ହୋଇଛି ବୋଲି ଅନୁମାନ କରାଯାଉଛି।

କରୋନା ମହାମାରୀ ଆରମ୍ଭ ହେବା ପରଠୁ ମୁମ୍ବାଇରେ ପଞ୍ଚମ ଥର ପାଇଁ ସେରୋ ସର୍ଭେ ହୋଇଛି। ପଞ୍ଚମ ପର୍ଯ୍ୟାୟ ସେରୋ ସର୍ଭେ ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୯ ମଧ୍ୟରେ ହୋଇଛି। ବିଏମସି ପକ୍ଷରୁ ଜାରି ବୟାନ ଅନୁସାରେ, ବସ୍ତି ଅଞ୍ଚଳରେ ୮୭.୦୨ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ୮୬.୨୨ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଡିବଡି ବିକଶିତ ହୋଇଛି।

ଏହା ସହ ଟିକା ନେଇଥିବା ୯୦.୨ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ମିଳିଛି। କିନ୍ତୁ ଟିକା ନେଇନଥିବା ଲୋକଙ୍କ ଠାରେ ଏହାର ଅନୁପାତ ୭୯.୮୬ ପ୍ରତିଶତ ରହିଛି। ଏହାର ଅର୍ଥ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୋଇନାହିଁ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ କରୋନା ବିରୋଧୀ ଶକ୍ତି ଅଧିକ ରହିଛି। ୮୮.୨୯ ପ୍ରତିଶତ ମହିଳାଙ୍କ ଠାରେ ଆଣ୍ଟିବଡି ମିଳିଥିବା ବେଳେ ୮୫.୦୭ ପ୍ରତିଶତ ପୁରୁଷ କରୋନା ସହ ଲଢ଼ିବା ପାଇଁ ସକ୍ଷମ। ସେହିଭଳି ସେରୋ ସର୍ଭେରେ ୮୭.୧୪%

   Related Posts