Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଆଇପିଏଲ-୨୦୨୦ : ମୁମ୍ବାଇର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା

16/10/2020 at 10:53 PM

ଦୁବାଇ, ୧୬|୧୦:     କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ହାଇ ଭୋଲଟେଜ୍ ମୁକାବିଲାରେ ମୁମ୍ବାଇ ୮ ଓ୍ୱିରେଟରେ ବିଜୟ ଲାଭ କରିଛି । କେକେଆର ତରଫରୁ ଧାର୍ଯ୍ୟ ୧୪୯ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ସହଜରେ ହାସଲ କରିନେଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା କୋଲକାତା ନାଇଟ୍ ରାଇଡର୍ସର ଆରମ୍ଭ ନିରାଶଜନକ ଥିଲା। ଦଳ ୧୮ ରନ ସ୍କୋରରେ ରାହୁଲ ତ୍ରିପାଠୀ(୫ ରନ)ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ଥରେ ବିଫଳ ହୋଇ ନୀତିଶ ରାଣା ମାତ୍ର ୫ ରନ କରି ବିଦାୟ ନେଇଥିଲେ। ୪୩ ରନ ସ୍କୋରରେ ଶୁଭମାନ ଗିଲ୍ ୨୩ ବଲରୁ ୨ ଚୌକା ସହ ୨୧ ରନ କରି ରାହୁଲ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ। ଅଧିନାୟକ ପଦ ଛାଡିଥିଲେ ମଧ୍ୟ ଦିନେଶ କାର୍ତ୍ତିକ ଖରାପ ପ୍ରଦର୍ଶନ ଜାରି ରଖି ମାତ୍ର ୪ ରନ କରି ରାହୁଲ ଚହରଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ଆନ୍ଦ୍ରେ ରସେଲ ଚଳିତ ସଂସ୍କରଣରେ ନିଜର ଦୁର୍ବଳ ଫର୍ମ ଜାରି ରଖି ୧୨ ରନ କରି ପାଭିଲିୟନ ଫେରିଥିଲେ।

୧୦.୪ ଓଭରରେ ୬୧ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା କୋଲକାତା ନାଇଟ୍ ରାଇଡର୍ସର ଇନିଂସକୁ ଅଧିନାୟକ ଇଅନ ମୋର୍ଗାନ ଓ ପାଟ୍ କମିନ୍ସ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ଧୈର୍ଯ୍ୟ ଓ ସଂଯମତାର ସହ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ମୁମ୍ବାଇ ବୋଲରଙ୍କ ମୁକାବିଲା କରି ଅବିଭାବିତ ଷଷ୍ଠ ଓ୍ଵିକେଟ୍‌ରେ ୮୭ ରନ ଯୋଡିଥିଲେ। ଫଳରେ କୋଲକାତା ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୮ ରନର ସମ୍ମାନଜକ ସ୍କୋର କରିବାରେ ସକ୍ଷମ ହୋଇଛି। ପାଟ୍ କମିନ୍ସ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ହାସଲ କରି ୩୬ ବଲରୁ ୫ ଚୌକା ଓ ୨ ଛକା ସହ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଧିନାୟକ ମୋର୍ଗାନ ୩୯ ରନ କରି କ୍ରିଜରେ ଥିଲେ। ମୁମ୍ବାଇ ପକ୍ଷରୁ ରାହୁଲ ଚହର ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମରା ଓ ନାଥନ କୁଲଟର ନାଇଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ତେବେ ୧୪୯ ରନକୁ ପିଛା କରୁଥିବା ମୁମ୍ବାଇ ମାତ୍ର ୨ଟି ଓ୍ୱିକେଟ୍ ହରାଇ ଟାର୍ଗେଟ୍ ହାସଲ କରି ନେଇଥିଲା । ଦଳ ପକ୍ଷରୁ କ୍ଲିଣ୍ଟନ ଡି କକ୍ ସର୍ବାଧିକ ୭୮ ରନ୍ କରିଥିବା ବେଳେ ରୋହିତ ଶର୍ମା ୩୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନ୍ କରିଥିଲେ ।

   Related Posts