ବିଦେଶ ଯାତ୍ରା ନକରି ମଧ୍ୟ କରୋନାରେ ସଂକ୍ରମିତ ହେଲେ ମହିଳା, ସ୍ୱାଇନ୍ ଫ୍ଲୁ ଟେଷ୍ଟ୍ ବେଳେ ମିଳିଲା କୋଭିଡ୍-୧୯

Published By : Prameya-News7 Bureau | March 21, 2020 IST

ମୁମ୍ବାଇ, ୨୧|୦୩:  ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୩୦୦ ଛୁଇଁଛି। ମହାରାଷ୍ଟ୍ରରେ ସର୍ବାଧିକ ୬୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

{"id":241965,"width":750,"height":422,"sizeSlug":"large"}

ରାଜ୍ୟର ପୁଣେ ସହରରେ ଜଣେ ୪୦ ବର୍ଷୀୟ ମହିଳା କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ମହିଳା ଏବେ ହସ୍ପିଟାଲରେ ଭାଣ୍ଟିଲେଟରରେ ରହିଛନ୍ତି। ମହିଳାଙ୍କ ରକ୍ତ ନମୂନା ସ୍ୱାଇନ୍ ଫ୍ଲୁ ସନ୍ଦେହରେ ଲ୍ୟାବକୁ ପଠାଯାଇଥିଲେ ମଧ୍ୟ କରୋନା ସଂକ୍ରମିତ ବୋଲି ଜଣା ପଡିଥିଲା।

{"id":241966,"width":751,"height":511,"sizeSlug":"large"}

ମେଡିକାଲ ଅଧିକାରୀଙ୍କ କହିବାନୁସାରେ, ମହିଳାଜଣଙ୍କ ବିଦେଶ ଯାତ୍ରା କରିନଥିଲେ। କିନ୍ତୁ ଗତ ୩ ତାରିଖରେ ସେ ନଭି ମୁମ୍ବାଇରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବେ ମାମଲାର ତଦନ୍ତ ଜାରି ରହିଛି। ସେ ଅନ୍ୟ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ମହିଳାଜଣଙ୍କ ମୁମ୍ବାଇରେ କ୍ୟାବରେ ମଧ୍ୟ ଯାତ୍ରା କରିଛନ୍ତି।

ସେହିପରି ପୁଣେରେ ଆଉଜଣେ ୨୫ ବର୍ଷୀୟ ସଂକ୍ରମିତ ଆୟାର୍ଲାଣ୍ଡରୁ ଫେରିଥିଲେ। ତାଙ୍କୁ ନାଇଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.