Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ମୁମ୍ବାଇରେ ସେଞ୍ଚୁରୀ ମାରିବେ ବିରାଟ ! ଓ୍ୱାଙ୍ଖଡେରେ ଦମଦାର ରନ୍ ମେସିନଙ୍କ ରେକର୍ଡ

2/12/2021 at 10:08 AM

ମୁମ୍ବାଇ ୦୨/୧୨: ମାସେ ପରେ ଟେଷ୍ଟ୍ କ୍ରିକେଟ ଖେଳିବେ ବିରାଟ କୋହଲି । ଟି୨୦ ବିଶ୍ୱକପ ପରେ ସେ ବିଶ୍ରାମ ନେଇଥିଲେ । କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବିରାଟ ଖେଳିନଥିଲେ । ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ପଦ ସମ୍ଭାଳିଥିଲେ । ୪ ନମ୍ବରରେ ଶ୍ରେୟସ ଆୟର ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ।

ମୁମ୍ବାଇରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମୁକାବିଲା । ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଦ୍ୱିତୀୟ ଟେଷ୍ଟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓ୍ୱାଙ୍ଖଡେ ଷ୍ଟାଡିୟମରେ କୋହଲିଙ୍କ ରେକର୍ଡ ଭଲ ରହିଛି । ସେ ୪ଟି ଟେଷ୍ଟରେ ଏିହି ଷ୍ଟାଡିୟମରେ ୪୩୩ ରନ୍ କରିଛନ୍ତି । ଏହି ମଇଦାନରେ ସେ ଏକ ଦ୍ୱିଶତକ ମଧ୍ୟ ଲଗାଇଛନ୍ତି ।

୨୦୧୬ରେ ଇଂଲଣ୍ଡ ବିପକ୍ଷରେ କୋହଲି ଏଠାରେ ୨୩୫ ରନର ପାଳି ଖେଳିଥିଲେ । ସେ ଏହି ମଇଦାନରେ ଖେଳିଥିବା ସମସ୍ତ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏବେ ବିରାଟଙ୍କ ୭୧ ତମ ଇନିଂସକୁ ଅପେକ୍ଷା କରିଛନ୍ତି ପ୍ରଶଂସକ ।

ସୂଚନାଯୋଗ୍ୟ, ବିରାଟ ଶେଷ ଥର ପାଇଁ ୨୦୧୯ରେ କୋଲକାତା ଇଡେନଗାର୍ଡେନରେ ଟେଷ୍ଟ ଶତକ ଲଗାଇଥିଲେ । ସେବେଠାରୁ ବିରାଟଙ୍କ ବ୍ୟାଟରୁ କେବଳ ୫ଟି ଅର୍ଧଶତକ ହିଁ ବାହାରିଛି ।

   Related Posts