Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଜିଠୁ ମହାରାଷ୍ଟ୍ରରେ ପର୍ଯ୍ୟାୟକ୍ରମେ ହଟିବ ଲକଡାଉନ୍, କୋହଳ ହେବ କଟକଣା

7/06/2021 at 7:34 AM

ମୁମ୍ବାଇ, ୦୭|୦୬:  ଆଜିଠୁ ମହାରାଷ୍ଟ୍ରରେ ପର୍ଯ୍ୟାୟକ୍ରମେ ହଟିବ ଲକଡାଉନ୍। ପଜିଟିଭିଟି ହାର ଏବଂ ଅକ୍ସିଜେନ୍ ବେଡ୍ ଉପଲବ୍ଧତା ଆଧାରରେ ‘ଲକଡାଉନ୍ ’ କଟକଣା କୋହଳ କରାଯିବ ବୋଲି ମହାରାଷ୍ଟ୍ର ସରକାର ସ୍ପଷ୍ଟ କରିଛନ୍ତି। ବିଭିନ୍ନ କାର୍ଯ୍ୟକଳାପ ପାଇଁ ୫ ସ୍ତରୀୟ କଟକଣା ଲାଗୁ ହେବ।

ବିଶେଷ କରି କରୋନା ସଂକ୍ରମଣ ହାର ଏବଂ ଅକ୍ସଜେନ୍ ବେଡ୍ ଉପଲବ୍ଧତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ। ଜିଲ୍ଲାରେ କୋଭିଡ୍ ପରିସ୍ଥିତି ଅନୁଯାୟୀ କର୍ତ୍ତୃପକ୍ଷ କୋହଳର ମାତ୍ରା ସ୍ଥିର କରିପାରିବେ। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାରେ ‘ଅନ୍ ଲକ୍ ’ ଘୋଷଣା କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲା, ତୃତୀୟ ପର୍ଯ୍ୟାୟରେ ୧୦ ଜିଲ୍ଲା, ଚତୁର୍ଥ ପର୍ଯ୍ୟାୟରେ ୨ଟି ଜିଲ୍ଲା ଏବଂ ପଞ୍ଚମ ପର୍ଯ୍ୟାୟରେ ବାକି ଜିଲ୍ଲାରେ ‘ଅନ୍ ଲକ୍ ’ ଘୋଷଣା କରାଯିବ ବୋଲି ପୂର୍ବରୁ ମହାରାଷ୍ଟ୍ରର ରିଲିଫ୍ ଓ ପୁନଃଥଇଥାନ ମନ୍ତ୍ରୀ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ମଧ୍ୟ ଆଜିଠୁ ଲକଡାଉନ୍ କଟକଣା କୋହଳ ହେବ । ଦିଲ୍ଲୀରେ ଅଡ୍ ଇଭିନ୍ ଫର୍ମୁଲାରେ ଦୋକାନ ଖୋଲିବ। ବଜାର ଓ ମଲ୍ ଗୁଡ଼ିକ ଅଡ୍ ଇଭିନ୍ ଫର୍ମୁଲାରେ ଖୋଲିବ। କିନ୍ତୁ ଷ୍ଟାଣ୍ଡ୍ ଆଲୋନ୍ ସପ୍ ଗୁଡ଼ିକ ସବୁଦିନ ଖୋଲିପାରିବ। ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏହାସହିତ ମେଟ୍ରୋ ସେବା ଆରମ୍ଭ ହେବାନେଇ କେଜ୍ରିୱାଲ ଘୋଷଣା କରି ସାରିଛନ୍ତି ।

   Related Posts