ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ଗିରଫ

Published By : Prameya-News7 Bureau | July 17, 2019 IST

ଲାହୋର ୧୭|୭:  ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ତଥା ଜମାତ୍-ଉଦ୍-ଦାୱାର ମୁଖ୍ୟ ହାଫିଜ ସୟିଦ ଗିରଫ ହୋଇଛି । ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ହାଫିଜ୍ ସୟିଦକୁ ପାକିସ୍ତାନର କାଉଣ୍ଟର ଟେରୋରିଜମ୍ ଡିପାର୍ଟମେଣ୍ଟ ଆଜି ଗିରଫ କରିଛି ।

ଲାହୋରରୁ ଗୁଜରନ୍ ୱାଲା ଯିବାବେଳେ ଲାହୋରରୁ ହାଫିଜକୁ ଗିରଫ କରାଯାଇଥିବା ପାକ୍ ମିଡିଆ ସୂଚନା ଦେଇଛି । ଗିରଫ ପରେ ହାଫିଜ୍ କୁ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ ପଠାଇ ଦିଆଯାଇଛି । ଗିରଫ ସମୟରେ ହାଫିଜ୍ କହିଛି ଗିରଫ ବିରୋଧରେ ସେ କୋର୍ଟକୁ ଯିବ ।

କିଛି ଦିନ ପୂର୍ବେ ହାଫିଜକୁ ଜାତିସଂଘ ତରଫରୁ ଆନ୍ତର୍ଜାତୀୟ ଆତଙ୍କୀ ଭାବେ ଘୋଷଣା କରାଯାଇଥିଲା । ଫେବୃୟାରୀ ୧୪ରେ ପୁଲୱାମାଠାରେ ହୋଇଥିବା ଆତଙ୍କୀ ହମଲା ପରେ ଜାତିସଂଘ ତରଫରୁ ହାଫିଜ ଉପରେ କଡ଼ା ନଜର ରଖିଥିଲା କାଉଣ୍ଟର ଟେରୋରିଜିମ୍ ସ୍କ୍ୱାର୍ଡ ।

ଏହା ପୂର୍ବରୁ ଲାହୋରର ଆତଙ୍କବାଦୀ ନିରୋଧୀ ଅଦାଲତ କେତେକ ମାମଲାରେ ହାଫିଜ୍ ସଇଦ୍ ସମେତ ଅନ୍ୟ ୩ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.