ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡକୁ ମୁକ୍ତ କରାଯାଉ, ଓକିଲ କହିଲେ- କୋର୍ଟକୁ ଦେବୁ ୧୫ ଲକ୍ଷ ଡଲାର
23/06/2020 at 4:06 PM

ଓ୍ଵାଶିଂଟନ ୨୩।୦୬: ପାକିସ୍ତାନୀ ମୂଳ ନିବାସୀ କାନାଡାଇ ବ୍ୟବସାୟୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଇଣ୍ଡ ତହବୁର ରାଣାକୁ ଜେଲ୍ରୁ ମୁକ୍ତ କରିବା ପାଇଁ ତାର ଓକିଲ ଅଦାଲତରେ ୧୫ ଲକ୍ଷ ଡଲାରର ବଣ୍ଡ ଜମା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପକ୍ଷେ କିଛି ଦିନ ପୂର୍ବେ ଭାରତ ଦ୍ଵାରା ପ୍ରତ୍ୟର୍ପଣର ଅନୁରୋଧ କ୍ରମେ ଆମେରିକା ପୋଲିସ୍ ଲସ ଏଞ୍ଜଲେସରେ ତହବୁର ରାଣାଙ୍କୁ ପୁଣି ଥରେ ଗିରଫ କରିଥିଲା। ଏହି ପରିପ୍ରେକ୍ଷୀରେ ରାଣାର ଓକିଲ କହିଛନ୍ତି ଯେ, ତାଙ୍କ ମହକିଲ୍ ବିଦେଶ ପଳାୟନ କରିବାର କୌଣସି ବିପଦ ନାହିଁ। ସେ ତଦନ୍ତରେ ସହଯୋଗ କରିବେ।
ଉଲ୍ଲେଖଯୋଗ୍ୟ ରାଣା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋର୍ଟ ନିକଟରେ ଅନୁକମ୍ପା ଆଧାରରେ ଜେଲ୍ରୁ ମୁକ୍ତ କରିଥିଲେ। ହେଲେ ଭାରତ ପକ୍ଷରୁ ପ୍ରତ୍ୟର୍ପଣ ଅନୁରୋଧ କରାଯିବା ପରେ ଜୁନ୍ ୧୦ରେ ଲସଏଞ୍ଜଲେସରେ ରାଣାକୁ ପୁଣି ଥରେ ଗିରଫ କରାଯାଇଛି। କାର୍ଲିଫର୍ଣ୍ଣିଆ କେନ୍ଦ୍ରୀୟ ଜିଲ୍ଲା ଅଦାଲତର ବିଚାରପତି ଜ୍ୟାକଲିନ୍ ଚୁଲଜିୟାନ ବଣ୍ଡ ମାମଲାରେ ଶୁଣାଣି ପାଇଁ ଜୁନ ୩୦ ତାରିଖ ଧାର୍ଯ୍ୟ କରିଛନ୍ତି। ଫେଡେରାଲ ଓକିଲ ଏମି କାରଲିନ୍ ରାଣା ପକ୍ଷରୁ କହିଛନ୍ତି ଯେ, ରାଣାକୁ ଏକ ମଜବୁତ ବଣ୍ଡ ଆଧାରରେ ମୁକ୍ତ କରିବା ଉଚିତ୍। ବଣ୍ଡ ରାଶିର ପରିମାଣ ଅତି କମରେ ୧୫ ଲକ୍ଷ ଡଲାର ରହିଛି। ପରିବାର, ସାଙ୍ଗସାଥୀ ଏବଂ ରାଣାର ଝିଅ ଲିମାନ ରାଣାର ଉପସ୍ଥିତିରେ ଏହି ବଣ୍ଡ ପ୍ରସ୍ତୁତ କରାଯାଉ।
ମୁମ୍ବାଇ ହମଲାର ଷଡଯନ୍ତ୍ରକାରୀ
ଭାରତର ଅନେକ ଅପରାଧରେ ସଂଶ୍ଳିଷ୍ଟ ରାଣାର ଗିରଫଦାରୀ ଲାଗି ଆମେରିକାକୁ ଅନୁରୋଧ କରିଥିଲା। ଏଥିରେ ହତ୍ୟା ଷଡଯନ୍ତ୍ର, ଜାଲିଆତି, ହତ୍ୟା ଉଦ୍ଦେଶ୍ୟରେ ଯୋଜନା ପ୍ରସ୍ତୁତ କରିବା ଆଦି ଅପରାଧ ସାମିଲ। କିନ୍ତୁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ରାଣାର ସଂପୃକ୍ତି ନେଇ ତାକୁ ଗିରଫ କରାଯାଇଥିଲା।
ରାଣା ପିଲା ଦିନର ସାଙ୍ଗ ତଥା ପାକିସ୍ତାନୀ-ଆମେରିକୀ ଲସ୍କର ଏ ତୋଇବାର ଆତଙ୍କବାଦୀ ଡେଭିଡ୍ କୋଲମେନ ହେଡଲୀ ସହିତ ଷଡଯନ୍ତ୍ର ରଚି ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରାଇଥିଲେ। ଏଥିରେ ଆମେରିକା ନାଗରିକ ସହିତ ମୋଟ୍ ୧୬୬ ଜଣ ପ୍ରାଣ ହରାଇଥିଲେ। ତେଣୁ ରାଣା ବିଦେଶକୁ ପଳାୟନ କରିବାର ବିପଦ ଥିବା କୋର୍ଟ କହିଛନ୍ତି।