ମୁମ୍ବାଇ ତାଜ୍ ହୋଟେଲକୁ ବୋମାରେ ଉଡାଇଦେବାକୁ ପାକିସ୍ତାନରୁ ଧମକପୂର୍ଣ ଫୋନ୍ : ଦକ୍ଷିଣ ମୁମ୍ବାଇରେ ନାକାବନ୍ଦୀ

Published By : Prameya-News7 Bureau | June 30, 2020 IST

ମୁମ୍ବାଇ ୩୦/୦୬ : ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମାୟାନଗରୀ ମୁମ୍ବାଇକୁ ପୁଣିଥରେ ବୋମାରେ ଉଡାଇଦେବାକୁ ଧମକ ଆସିଛି | ମୁମ୍ବାଇ ସ୍ଥିତ ତାଜ ହୋଟେଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ ଫୋନ ଆସିଛି | ମିଳିଥିବା ସୂଚନା ଅନୁଯାୟୀ, ଧମକପୂର୍ଣ ଫୋନ ପାକିସ୍ତାନରୁ ଆସିଛି | ଫୋନ କରିଥିବା ବ୍ୟକ୍ତି ଜଣକ କହିଛି ଯେ କରାଚୀ ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କୀ ହମଲା ସାରା ଦୁନିଆ ଦେଖିଚି | ଏବେ ମୁମ୍ବାଇ ତାଜ ହୋଟେଲରେ ୨୬/୧୧ ଭଳି ହମଲା ପୁଣିଥରେ ହେବ |

{"id":293627,"sizeSlug":"large"}

ତାଜ ହୋଟେଲକୁ ପାକିସ୍ତାନରୁ ଆସିଥିବା ଧମକପୂର୍ଣ ଫୋନ ସମ୍ପର୍କରେ ମୁମ୍ବାଇ ପୋଲିସକୁ ସୂଚନା ଦିଆଯାଇଛି | ପାକିସ୍ତାନରୁ ଆସିଥିବା ଏହି ଫୋନ ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି | ଗତ ରାତିରେ ଏହି ଧମକପୂର୍ଣ ଫୋନ ଆସିଥିଲା | ଫୋନ ଆସିବାପରେ ମୁମ୍ବାଇ ପୋଲିସ ଓ ହୋଟେଲ କର୍ମଚାରୀ ମିଳିତଭାବେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି | ହୋଟେଲକୁ ଆସୁଥିବା ସମସ୍ତ ଅତିଥିଙ୍କର ସମ୍ପୂର୍ଣ ଡାଟା ଚେକ କରାଯାଉଛି | ହୋଟେଲ କର୍ମଚାରୀ ଅତିଥିଙ୍କ ସମସ୍ତ ଗତିବିଧି ଉପରେ ନଜର ରଖୁବାକୁ କୁହାଯାଇଛି | ଦକ୍ଷିଣ ମୁମ୍ବାଇରେ ନାକାବନ୍ଦୀ କରାଯାଇଛି ଏବଂ ସମସ୍ତ ଯାନବାହାନକୁ ଟିକିନିଖି ଭାବେ ଯାଞ୍ଚ କରାଯାଉଛି |

{"id":293626,"width":571,"height":428,"sizeSlug":"large"}

୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଆତଙ୍କୀ ହମଲା ହୋଇଥିଲା | ଏହି ହମଲାରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୩୦୦ ରୁ ଅଧିକ ଜଣ ଆହତ ହୋଇଥିଲେ | ୬୦ ଘଣ୍ଟା ଯାଏଁ ଚାଲିଥିବା ଆତଙ୍କୀ ହମଲା ପୁରା ଦେଶକୁ ଦୋହଲାଇ ଦେଇଥିଲା | ମୁମ୍ବାଇ ଆତଙ୍କୀ ହମଲାରେ ଏକମାତ୍ର ଆତଙ୍କବାଇ ଅଜମଲ କସାଵକୁ ଜୀବନ୍ତ ଗିରଫ କରାଯାଇଥିଲା | ପଚରାଉଛୁରରେ ଅଜମଲ କସାଵ ସ୍ୱୀକାର କରିଥିଲା ଯେ ସେ ପାକିସ୍ତାନ ଇସାରାରେ ମୁମ୍ବାଇରେ ଆତଙ୍କୀ ହମଲା କରିଥିଲା | ୨୦୧୨ ମସିହା ସେପ୍ଟେମ୍ବର ୨୧ ତାରିଖ ସକାଳେ ପୁନେ ୟରବଦା ଜେଲରେ ଅଜମଲ କସାଵକୁ ଫାସୀ ଦିଆଯାଇଥିଲା |

{"id":293628,"width":580,"height":435,"sizeSlug":"large"}

୨୦୦୮ ନଭେମ୍ବର ୨୬ ତାରିଖରେ ପାକିସ୍ତାନର ୧୦ ଆତଙ୍କବାଦୀ ପାକିସ୍ତାନର କରାଚୀରୁ ସମୁଦ୍ର ବାଟ ଦେଇ ମୁମ୍ବାଇ ଆସିଥିଲେ | ମୁମ୍ବାଇରେ ପହଂଚିବା ପରେ ଏହି ଆତଙ୍କବାଦୀମାନେ ଛତ୍ରପତି ଶିବାଜୀ ରେଲୱେ ଟର୍ମିନାଲ, ତାଜ ହୋଟେଲ. ଟ୍ରାଇଡେଣ୍ଟ ହୋଟେଲ ଏବଂ ଏକ ଇହୁଦୀ କେନ୍ଦ୍ରରେ ହମଲା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.