Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ମୁମ୍ବାଇରେ “କରାଚୀ ମିଠା” ଉପରେ ଶିବ ସେନାର କୋପ ଦୃଷ୍ଟି : ନାଁ ବଦଳାଇବାକୁ ଦୋକାନୀଙ୍କୁ ଧମକ, ଲୁଚିଲା ସାଇନବୋର୍ଡ

19/11/2020 at 7:03 PM

ମୁମ୍ବାଇ ୧୯/୧୧ : ବାନ୍ଦ୍ରାର ଲୋକପ୍ରିୟ ମିଠା​‌ ଦୋକାନ “କରାଚୀ ସୁଇଟ୍ସ” । ଏବେ ଏହି ମିଠା ଦୋକାନକୁ ନେଇ ବିବାଦ ଦେଖାଦେଇଛି । କରାଚୀ ନାଁରେ ପାକିସ୍ତାନରେ ଗୋଟିଏ ସହର ଥିବାରୁ ଏହି ମିଠା ଦୋକାନର ନାଁ “କରାଚୀ ସୁଇଟ୍ସ”ରୁ କରାଚୀ ଶବ୍ଦକୁ ହଟାଇ ଦିଆଯାଇଛି ।

ଶିବ ସେନା ନେତା ନୀତିନ ନନ୍ଦଗାଓଁକର ତାଙ୍କୁ ଧମକାଇବା ପରେ ସେ ଦୋକାନର ନାଁରୁ କରାଚୀ ଶବ୍ଦକୁ ଲୁଚାଇ ଦେଇଛନ୍ତି । ତେବେ ବର୍ତ୍ତମାନ ସେହି ସାଇନବୋର୍ଡକୁ ପେପର ସାହାଯ୍ୟରେ ଢାଙ୍କି ଦିଆଯାଇଛି । ଶିବ ସେନା ନେତା ତଥା ମୁଖପାତ୍ର ସଞ୍ଜୟ ରାଉତ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ଏହା ଦଳ ପକ୍ଷରୁ କୌଣସି ଉଦ୍ଦେଶ୍ୟମୂଳକ ଭାବେ କରାଯାଇନାହିଁ । କରାଚୀ ସୁଇଟ୍ସ ଏବଂ କରାଚୀ ବକେରି ସହିତ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ସଞ୍ଜୟ କହିଛନ୍ତି, ସେହି ମିଠା ଦୋକାନର ନାଁ ଗତ ୬୦ ବର୍ଷ ଧରି ରହି ଆସିଛି । ତେଣୁ ଦୋକାନର ନାଁ ବଦଳାଇବା ​ କୌଣସି ଆବଶ୍ୟକତା ନାହିଁ ।

ତେବେ ଏହାକୁ ନେଇ କରାଚୀ ସୁଇଟ୍ସର ମାଲିକ କହିଛନ୍ତି ସେ ଏହାକୁ ନେଇ କୌଣସି ବିବାଦରେ ଫସିବାକୁ ଚାହୁଁନାହାନ୍ତି ଏବଂ ତାଙ୍କର ଓକିଲଙ୍କ ସହିତ କଥା ହେବା ପରେ ସେ ଦୋକାନର ନାଁକୁ ବଦଳାଇବେ କି ନାହିଁ ତାହା ନିଷ୍ପତ୍ତି ନେବେ । ସେ କହିଛନ୍ତି ଯେ ଶିବ ସେନା ନେତା ନୀତିନ ନନ୍ଦଗାଓଁକର ତାଙ୍କୁ ଧମକାଇ ନାହାଁନ୍ତି ବରଂ ଏହି ନାଁରେ ପାକିସ୍ତାନରେ ଏକ ସହର ଅଛି, ଯେଉଁଠି ଆତଙ୍କବାଦୀ କାର୍ଯ୍ୟକଳାପ ଜାରିରହିଛି ବୋଲି କହି ଦୋକାନର ସାଇନବୋର୍ଡକୁ ବଦଳାଇବାକୁ କହିଛନ୍ତି । ତେବେ ଏହି ମିଠା ଦେକାନର ନାଁକୁ ନୀତିନ ନନ୍ଦଗାଓଁକର ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।

   Related Posts