ମୁମ୍ବାଇ ଜିଲୋଟିନ ବୋଝେଇ ସ୍କର୍ପିଓ ମାମଲା: ମାଲିକ ମନସୁଖ ହିରେନଙ୍କୁ ହତ୍ୟା ସନ୍ଦେହ

Published By : Prameya-News7 Bureau | March 07, 2021 IST

ମୁମ୍ବାଇ ୭।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ଜବତ ସ୍କର୍ପିୟୋ ମାଲିକ ମନସୁଖ ହିରେନ୍‌ଙ୍କୁ ହତ୍ୟା କରାଯାଇଥିବା ଏବେ ସନ୍ଦେହ କରାଯାଉଛି। ଏଣୁ  ମହାରାଷ୍ଟ୍ର ଏଟିଏସ୍ ଏ ନେଇ ଏକ ଏତଲା ରେଜିଷ୍ଟ୍ରି କରିଥିବା ବେଳେ ଭାରତୀୟ ଦଣ୍ଡ ବିଧି ଆଇନର ୩୦୨, ୨୦୧, ୩୪ ଓ ୧୨୦(ବି) ଧାରାରେ ମୋକଦ୍ଦମା ରୁଜୁ କରିବା ସହ ମାମଲାର ତଦନ୍ତ ଜାରି ରଖିଛି।

{"id":419255,"sizeSlug":"large","linkDestination":"none"}

ଅମ୍ବାନୀଙ୍କ ଘର ଆଗରେ ଜିଲୋଟିନ୍‌ ବୋଝେଇ ବାହନ ଛିଡା କରାଇ ଧମକ ଦେବା ମାମଲାରେ ଅଭିଯୁକ୍ତ ପ୍ରମାଣ ନଷ୍ଟ ଲାଗି ଉଦ୍ୟମ କରିଥିବା ନେଇ ଏଟିଏସ୍ ଏତଲ୍ଲାରେ ଦର୍ଶାଇଛି। ସେପଟେ ଜବତ ସ୍କର୍ପିଓକୁ ଫରେନସିକ୍‌ ଯାଞ୍ଚ ଲାଗି ପଠାଯାଇଛି। ଏଟିଏସ୍‌ର ଜନୈକ ଅଧିକାରୀଙ୍କ ଅନୁସାରେ ସ୍କର୍ପିଓକୁ ମୁମ୍ବାଇ କଲିନାସ୍ଥିତ ଫରେନସିକ ବିଜ୍ଞାନ ପ୍ରୟୋଗଶାଳା (ଏଫଏସଏଲ)  ଯାଞ୍ଚ କରିବେ। ଏହି ଯାଞ୍ଚ ରିପୋର୍ଟ ପ୍ରାୟ ସପ୍ତାହ ପରେ ମିଳିଯିବ ବୋଲି ଅନୁମାନ କରାଯାଉଛି।

{"id":419256,"sizeSlug":"large","linkDestination":"none"}

ଏହା ଛଡା ସ୍କର୍ପିଓରୁ ଜବତ ଜିଲୋଟିନ ଷ୍ଟିକ୍ ଗୁଡିକର ମଧ୍ୟ ଏଠାରେ ଯାଞ୍ଚ ହେବ। ଏଥିରୁ ଛଡରେ କେତେ ପରିମାଣରେ ଜିଲୋଟିନ ରହିଛି ତାହା ଜଣାପଡିବ। ସେପଟେ ମନସୁଖ ହିରେନଙ୍କର ପୋଷ୍ଟମର୍ଟମ ରିପୋର୍ଟ ରବିବାର ମିଳିଛି। ତେବେ ଏଥିରୁ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି।   ଡାକ୍ତରଙ୍କ ଅନୁସାରେ ତାଙ୍କର ହତ୍ୟା ମଧ୍ୟ ହୋଇଥାଇପାରେ। ଏଣୁ ସମ୍ପୂର୍ଣ୍ଣ ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି। ମନସୁଖ ହିରେନ୍‌ ଗତ ଗୁରୁବାର ଘରକୁ ଫେରିନଥିଲେ। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ନଦୀକୁଳରୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.