ଆଇପିଏଲରେ ମିଳିଲାନି ସୁଯୋଗ, ଆତ୍ମହତ୍ୟା କଲେ କ୍ରିକେଟ୍‌ର

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୦୮: ଭାରତୀୟ କ୍ରିକେଟ୍ ପାଇଁ ଏକ ଦୁଃଖଦ ଖବର। ମୁମ୍ବାଇରେ ଏକ କ୍ଲବ କ୍ରିକେଟ୍‌ ଖେଳାଳି କରନ ତିଓ୍ଵାରୀ ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ନିଜର ମଲାଡ ସ୍ଥିତ ଘରେ ମୃତ ଅବସ୍ଥାରେ ଦେଖିବାକୁ  ମିଳିଛି। ଏହି ବିଷୟରେ ତାଙ୍କର ଜଣେ ସାଙ୍ଗ କହିଛନ୍ତି କରନ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଚୟନ ନହେବା କାରଣରୁ ବହୁତ ନିରାଶ ଥିଲା। କରନଙ୍କୁ ମୁମ୍ବାଇର ଡେଲ ଷ୍ଟେନ କୁହାଯାଉଥିଲା।

୨୭ ବର୍ଷୀୟ କରନ ତିଓ୍ଵାରୀଙ୍କ ବେଡରୁମର କବାଟ ଭିତରପଟୁ ବନ୍ଦ ଥିଲା। ରାତି ୧୦ଟା ୩୦ଟା ଯାଏ କବାଟ ନଖୋଲିବାରୁ ଘର ଲୋକ କୌଣସିମତେ କବାଟ ଖୋଲିଥିଲେ। ଦେଖିଲା ବେଳକୁ ଭିତରେ ସିଲିଙ୍ଗ ଫ୍ୟାନରେ କରନଙ୍କ ମୃତ ଶରୀର ଝୁଲୁଥିଲା। ପୋଲିସ ଅନୁଯାୟୀ କରନ ତିଓ୍ଵାରୀ ଗୋକୁଲଧାମ କୋନୁ କମ୍ପାଉଣ୍ଡରେ ଆତ୍ମହତ୍ୟା କରିଛନ୍ତି। କୁରାର ପୋଲିସ ଅନୁଯାୟୀ ଥାନାରେ ଆକ୍ସିଡେଣ୍ଟାନ ଡେଥ ରିପୋର୍ଟ ରୁଜୁ କରି ମାମଲାର ଯାଞ୍ଚ କରାଯାଉଛି।

{"id":313606,"sizeSlug":"large"}

ପୋଲିସ ଅନୁଯାୟୀ ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଚୟନ ନହେବା କାରଣରୁ କରନ ବହୁତ ମର୍ମାହତ ଥିଲା। କରନ ଉଦୟପୁରରେ ଥିବା ନିଜର ନିକଟତମ ବନ୍ଧୁଙ୍କୁ ଫୋନ କରି ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲା। ସେ ଆଇପିଏଲରେ ସୁଯୋଗ ନମିଳିବା କାରଣରୁ ଉଦାସ ଥିଲା। ସାଙ୍ଗ ଜଣଙ୍କ ଏହି ବିଷୟରେ ତୁରନ୍ତ ମୁମ୍ବାଇରେ ରହୁଥିବା କରନଙ୍କ ଭଉଣୀଙ୍କୁ ଫୋନ କରି ସୂଚନା ଦେଇଥିଲେ। କରନଙ୍କ ଭଉଣୀ ମାଙ୍କୁ ଏହାର ସୂଚନା ଦେବା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ସେତେବେଳକୁ ସେ ଆତ୍ମହତ୍ୟା କରି ସାରିଥିଲେ। କରନକୁ  ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।

କରନଙ୍କ ସାଙ୍ଗ ପୋଲିସକୁ କହିଛନ୍ତି, ସେ ରାଜ୍ୟ ଟିମ୍‌ରେ ସାମିଲ ହେବାକୁ ବହୁତ ଆଶା ରଖିଥିଲା। ସେଥିପାଇଁ ଲଗାତାର ଉଦ୍ୟମ ଜାରି ରଖିଥିଲା। ସେ ନିଜର ବୋଲିଂ ଓ ବ୍ୟାଟିଂର ଭିଡିଓ ହ୍ଵାଟ୍ସଆପ୍‌ ଷ୍ଟାଟସ୍‌ରେ ଅପଲୋଡ କରୁଥିଲା।। ଏହି ପରି ସେ ପଦକ୍ଷେପ ନେବ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଉଲ୍ଲେଖଯୋଗ୍ୟ, ଆଇପିଏଲରେ କେବଳ ସେହି ଖେଳାଳି ଅଂଶ ଗ୍ରହଣ କରି ପାରିବ ଯିଏ କୌଣସି ବି ଆୟୁ ବର୍ଗର ଟିମ୍‌ର ପ୍ରତିନିଧିତ୍ଵ କରିଥିବ। କରଣ ଏହି ନିୟମ ଅନ୍ତର୍ଗତ ଆସୁନଥିଲେ।

କରନଙ୍କ ଶରୀର ଉଚ୍ଚତା ଏବଂ ଖେଳର ଶୈଳୀ ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଶୈଳୀ ସହିତ ବହୁତ ମିଶୁଥିଲା। ଏହି କାରଣରୁ ସାଙ୍ଗ ସାଥୀ ତାଙ୍କୁକ ମୁମ୍ବାଇର ଡେଲ ଷ୍ଟେନ ଡାକୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.