ଅନ୍ୟ ମହିଳା ସହ କାରରେ ଥିଲେ ପତି, ବୋନେଟ୍ ଉପରେ ଚଢି ବିଚ୍ ରାସ୍ତାରେ ହଙ୍ଗାମା କଲେ ପତ୍ନୀ

Published By : Prameya-News7 Bureau | July 13, 2020 IST

ମୁମ୍ବାଇ ୧୩।୦୭: ମୁମ୍ବାଇର ବ୍ୟସ୍ତବହୁଳ ପେଡର ରୋଡ୍‌ରେ ଗତ ଶନିବାର ସନ୍ଧ୍ୟାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ରେଞ୍ଜ ରୋଭର କାରର ବୋନେଟ୍ ଉପରେ ଛିଡା ହୋଇ ହଙ୍ଗାମା କରିଥିଲେ। ପରେ ଜଣା ପଡିଲା ଯେ, ବୋନେଟ୍ ଉପରେ ଛିଡା ହୋଇଥିବା ମହିଳା, ରେଞ୍ଜ ରୋଭର କାରରେ ବସିଥିବା ବ୍ୟକ୍ତିଙ୍କ ପତ୍ନୀ।

{"id":300021,"sizeSlug":"large"}

ସୂଚନା ଅନୁଯାୟୀ, କାରରେ ବସିଥିବା ୩୦ ବର୍ଷୀୟ ବ୍ୟକ୍ତି ନିଜର ଜଣେ ମହିଳା ବନ୍ଧୁଙ୍କ ସହ ପେଡର ରୋଡ ଦେଇ ଯାଉଥିଲେ। ସେହି ସମୟରେ ଏକ ଧଳା କାରରେ ତାଙ୍କ ପତ୍ନୀ ପିଛା କରି ସେଠାରେ ପହଞ୍ଚି ଯାଇଥିଲେ।

{"id":300022,"sizeSlug":"large"}

ପତ୍ନୀ ବିଚ୍ ରାସ୍ତାରେ ନିଜ କାରକୁ ପତ୍ନୀଙ୍କ କାର ସହ ଧକ୍କା ଦେଇ ଅଟକାଇଥିଲେ। ଏହା ପରେ କାରରୁ ଓହ୍ଲାଇ ପତିଙ୍କ କାରର ଝrକା ପାଖକୁ ଯାଇଥିଲେ ଏବଂ ଖୋଲିବାକୁ ଉଦ୍ୟମ କରିଥିଲେ। ମାତ୍ର ପତି ଜୋରରେ କାରର କାଚ ବନ୍ଦ କରିବାରେ ଲାଗିଥିଲେ।

{"id":300024,"sizeSlug":"large"}

ଏଥିରେ କ୍ରୋଧିତ ହୋଇ ମହିଳା ଜଣକ ମଝି ରାସ୍ତାରେ ହଙ୍ଗାମା କରିଥିଲେ ଏବଂ ରୋଞ୍ଜ ରୋଭର କାରର ବୋନେଟ୍ ଉପରେ ଚଢି ଯାଇଥିଲେ। ଚପଲରେ ଓ୍ଵିଣ୍ଡ ସ୍କ୍ରିନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ପରେ ଟ୍ରାଫିକ ପୋଲିସ ଦୁଇ କାର ଏବଂ ଦମ୍ପତ୍ତିଙ୍କୁ ଧରି ଗାମଦେବୀ ପୋଲିସ ଷ୍ଟେସନ ପହଞ୍ଚିଥିଲେ। ସେଠାରେ ଦୁହିଁଙ୍କୁ ଅଭିଯୋଗ କରିବାକୁ କୁହାଯାଇଥିଲା, ମାତ୍ର ପତି-ପତ୍ନୀ ପରସ୍ପର ବିରୋଧରେ ଥାନାରେ କୌଣସି ଅଭିଯୋଗ କରିନଥିଲେ। ପରେ ପୋଲିସ୍ ସେମାନଙ୍କୁ ଛାଡି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.