ମୁମ୍ବାଇ ୧୫/୧୧ : ମହାରାଷ୍ଟ୍ର ସରକାର ସୋମବାରରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆଦେଶ ପରେ ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ଶ୍ରୀ ସିଦ୍ଧିବିନାୟକ ମନ୍ଦିର ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ପ୍ରସ୍ତୁତ ହୋଇଯାଇଛି। ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ବନ୍ଦେକର କହିଛନ୍ତି ଯେ ଘଣ୍ଟାକୁ ୧୦୦ ଜଣ ଭକ୍ତ ବାପ୍ପାଙ୍କ ଦର୍ଶନ କରିପାରିବେ। ଗୋଟିଏ ଘଣ୍ଟାରେ ୧୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ତେବେ ଦୈନିକ ହଜାରେ ଭକ୍ତ ମନ୍ଦିରରେ ପ୍ରବେଶ କରିପାରିବେ। ସେ କହିଛନ୍ତି ମନ୍ଦିର ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ କୋଭିଡ ନିୟମ ପାଳନ କରିବାକୁ ହେବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ସମେତ ଅନ୍ୟାନ୍ୟ କୋଭିଡ ନିୟମ ପାଳନ କରିବା ଅନିବାର୍ଯ୍ୟ।
{"id":362126,"sizeSlug":"large"}ମହାରାଷ୍ଟ୍ର ସରକାର କହିଛନ୍ତି ଖୁବ ଶୀଘ୍ର କରୋନା ଭାଇରସ ସୁରକ୍ଷା ଉପାୟ ଜାରି କରାଯିବ ଯାହା ସମସ୍ତଙ୍କୁ ପାଳନ କରିବାକୁ ହେବ। ମାର୍ଚ୍ଚରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା। ସେତେବେଳେ ଦେଶର ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥଳ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା।
{"id":362125,"sizeSlug":"large"}କରୋନା ଯୋଗୁଁ ବନ୍ଦ ଥିବା ମନ୍ଦିର ଖୋଲିବା ନେଇ ମହାରାଷ୍ଟ୍ରରେ ବିରୋଧ ବଢିଥିଲା। ଜନତା ମହାରାଷ୍ଟ୍ର ସରକାରଙ୍କୁ ଘେରାଉ କରି ମନ୍ଦିର ଖୋଲିବା ପାଇଁ ଦାବି କରିଥିଲେ। ମାସେ ପୂର୍ବରୁ ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିର, ଶିରିଡି ସାଇବାବା ମନ୍ଦିର ଓ ପୁଣେ ସ୍ଥିତ ତାବଣ୍ଡି ଯୋଗେଶ୍ୱରୀ ମନ୍ଦିର ବାହାରେ ବିଜେପି କାର୍ଯ୍ୟକର୍ତ୍ତା ଅନଶନ କରିଥିଲେ।