Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଆଇପିଏଲ ୨୦୨୦ର ଶେଷ ଲିଗ୍ ମ୍ୟାଚ୍, ‘କର ବା ମର’ ସ୍ଥିତିରେ ଥିବା ହାଇଦ୍ରାବାଦକୁ ୧୫୦ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ

3/11/2020 at 9:24 PM

ସାରଜା ୦୩।୧୧: ପଏଣ୍ଟ ତାଲିକାର ଶୀର୍ଷରେ ଥିବା ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନ ଚଳିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍‌ରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରି ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି। ଦଳ ପକ୍ଷରୁ କିରଣ ପୋଲାର୍ଡ ସର୍ବାଧିକ ୪୧ ରନ କରିଛନ୍ତି। ଏହି ମ୍ୟାଚ୍‌ ଜିତିଲେ ହାଇଦ୍ରାବାଦ ପ୍ଲେଅଫ୍‌ରେ ପ୍ରବେଶ କରିବା ସହିତ ତୃତୀୟ ସ୍ଥାନରେ ରହିବ। ହାରିଲେ ଆଇପିଏଲରୁ ବିଦାୟ ନେବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଜି ରୋହିତ ଶର୍ମା ପଡିଆକୁ ଓହ୍ଲାଇବା ସହ ଓପନିଂ କରିଥିଲେ। ଦଳକୁ ରୋହିତଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ୩୯ ରନ ସ୍କୋରରେ ଦ୍ରୁତ ବ୍ୟାଟିଂ କରୁଥିବା କିଣ୍ଟନ ଡିକକ୍‌ ୧୩ ବଲରୁ ୨ ଚୌକା ଓ ୨ ଛକା ସହ ୨୫ ରନ କରିଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ତୃତୀୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡିଥିଲେ। ଏହା ପରେ ଦଳ କ୍ରମାଗତ  ଓ୍ଵିକେଟ୍ ହରାଇଥିଲା। ୮୧ ରନ ସ୍କୋରରେ ସୁର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। ସେ ୨୯ ବଲରୁ ୫ ଚୌକା ସହ ୩୬ ରନ କରିଥିଲେ। ସେହି ସମାନ ସ୍କୋରରେ କୃଣାଲ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ।

କ୍ରିଜରେ ଜମି ଥିବା ଇଶାନ କିଷନ ୩୩ ରନ କରି ବିଦାୟ ନେବା ମୁମ୍ବାଇକୁ ଷଷ୍ଠ ଝଟକା ଲାଗିଥିଲା। ନାଥନ କୁଲଟର ନାଇଲ ୧ ରନରେ ବିଦାୟ ନେଇଥିଲେ। ଶେଷ ଆଡକୁ କିରଣ ପୋଲାର୍ଡ ଦଳର ଇନିଂସ ସମ୍ଭାଳିଥିଲେ। ସେ  ବିସ୍ପୋରକ ବ୍ୟାଟିଂ କରି ୨୫ ବଲରୁ ୩ ଚୌକା ଓ ୪ ଛକା ସହ ୪୧ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରିଛି।

ହାଇଦ୍ରାବାଦ ପକ୍ଷରୁ ସଫଳ ବୋଲର ଭାବେ ସନ୍ଦୀପ ଶର୍ମା ୩ଟି ଓ୍ଵିକେଟ୍ ନେଇଥିଲେ। ଶାହବାଜ ନଦୀମ ଓ ଜାସନ ହୋଲଡର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ରଶିଦ ଖାନ ୧ଟି ଓ୍ଵିକେଟ୍ ନେଇଥିଲେ।

   Related Posts