ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ୨ ବର୍ଷ ଜେଲ : ଦାଦାବଟି ଆଦାୟ ମାମଲାରେ ସଜା ଶୁଣାଇଲେ ମୁମ୍ବାଇ କୋର୍ଟ

Published By : Prameya-News7 Bureau | January 04, 2021 IST

ମୁମ୍ବାଇ ୦୪/୦୧ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଏବଂ ଅନ୍ୟ ୩ ଜଣଙ୍କୁ ୨ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ସେସନ୍ କୋର୍ଟ । ଛୋଟା ରାଜନ ବିରୁଦ୍ଧରେ ୨୦୧୫ରେ ପନଓ୍ବେଲର ଜଣେ ବିଲଡର ନନ୍ଦୁ ବାଜେକରଙ୍କୁ ଡରାଇ ଧମକାଇ ୨୬ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ ନନ୍ଦୁ ବାଜେକର ୨୦୧୫ରେ ପୁଣେରେ ଗୋଟିଏ ଜମି କିଣିଥିଲେ । ତେବେ ଏହି ଜମି କିଣିବା ପାଇଁ ଏଜେଣ୍ଟ ଥିବା ପରମାନନ୍ଦ ଠକ୍କର ଏ ବାବଦରେ ୨ କୋଟି ଟଙ୍କା କମିସନ ନେବାର ଥିଲା । ତେବେ ପରେ ପୁଣି ଥରେ ପରମାନନ୍ଦ ଠକ୍କର ଟଙ୍କା ମାଜିଥିଲା । ଉକ୍ତ ବିଲଡରଜଣକ ଦେବାକୁ ମନା କରିବାରୁ ପରମାନନ୍ଦ, ଛୋଟାରାଜନକୁ ସୁପାରିଶ ଦେଇଥିଲା ।

ଏହା ପରେ ଛୋଟାରାଜନ ତାର କିଛି ଲୋକମାନଙ୍କୁ ବିଲଡର ବାଜେକରଙ୍କ କାର୍ଯ୍ୟାଳୟକୁ ପଠାଇବା ସହ ଧମକ ଦେବା ଆରମ୍ଭ କରିଦେଇଥିଲା । ୨ କୋଟି ବଦଳରେ ସେମାନେ ବାଜେକରଙ୍କୁ ୨୬ କୋଟି ଟଙ୍କା ଦେବାକୁ ଧମକାଇଥିଲେ । ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ମିଳିଥିଲା । ଏଥିରେ ଭୟଭୀତ ହୋଇ ବିଲଡରଜଣକ ଥାନାରେ ଏବାବଦରେ ମାମଲା ରୁଜୁ କରିଥିଲେ ।

ଏହି ମାମଲାରେ ୪ଜଣ ଅଭିଯୁକ୍ତ ସୁରେଶ ସିନ୍ଧେ, ଲକ୍ଷ୍ମଣ ନିକମ୍,ସୁମିତ ବିଜୟ ଏବଂ ଛୋଟା ରାଜନକୁ ଗିରଫ କରାଯାଇଥିଲା । ତେବେ ବର୍ତ୍ତମାଦ ସୁଦ୍ଧା ଉକ୍ତ ଏଜେଣ୍ଟର ପତ୍ତା ମିଳିନାହିଁ । ଛୋଟା ରାଜନକୁ ବିଦେଶରୁ ଗିରଫ କରାଯାଇ ଭାରତ ଅଣାଯିବା ପରେ ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିଥିଲା ପୋଲିସ । ଏହା ପରେ ସେସନ୍‌ କୋର୍ଟ ଏହାର ଶୁଣାଣି କରି ଛୋଟା ରାଜନ ସମେତ ଅନ୍ୟ ୨ଜଣଙ୍କୁ ୨ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.