ମୁମ୍ବାଇ ୧୭/୧: ଦେଶରେ ଅନେକ ସିରିଜ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଲିସ୍ ଅନସାରୀ(ଡକ୍ଟର ବମ୍ବ୍) ଗତକାଲି ସକାଳେ ନିଖୋଜ ହୋଇଯାଇଛି। ଅନସାରୀର ପରିବାର ଲୋକେ ନିଖୋଜ ମାମଲା ରୁଜୁ କରିଛନ୍ତି। ଅନସାରୀ ଗତ ମାସରେ ଆଜମେର ଜେଲରୁ ପାରୋଲରେ ବାହାରକୁ ଆସିଥିଲା। ତା’ ବିରୋଧରେ ୫୦ରୁ ଅଧିକ ସିରିଜ ବିସ୍ଫୋରଣ କରିବାର ଅଭିଯୋଗ ରହିଛି।
ଅନସାରୀର ପାରୋଲ୍ ସମୟର ଅବଧି ଆଜି ସମାପ୍ତ ହୋଇଯିବ। ସେ ଆଜମେର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଅନସାରୀ ନିଖୋଜ ହୋଇଯିବା ଫଳରେ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ମହାରାଷ୍ଟ୍ର ଏଟିଏସ୍,ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ସମେତ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅନସାରୀଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି।