ସୋଲାପୁରରେ ଜିପ୍‌-ବସ୍‌ ଧକ୍କା : ୪ ମୃତ, ୧୦ ଆହତ

Published By : Prameya-News7 Bureau | February 21, 2020 IST

ସୋଲାପୁର ୨୧।୦୨: ମହାରାଷ୍ଟ୍ର ସୋଲାପୁର ଅଞ୍ଚଳରେ ଏକ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ରାଜ୍ୟ ପରିବହନ ବିଭାଗର ଏକ ବସ୍‌ ଓ ଜିପ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1230743241407918080","type":"rich","providerNameSlug":"twitter","className":""}
https://twitter.com/ANI/status/1230743241407918080
/wp:core-embed/twitter

ଶୁକ୍ରବାର ଦିନ ସୋଲାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ମିଳିପାରିନାହିଁ । ତେବେ ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିକସ୍ଥ ମେଡିକାଲକୁ ପଠାଯାଇଛି । ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଭୀଷଣ ଦୁର୍ଘଟଣା ଘଟିଲା । ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.