କ୍ରୁଜ୍‌ ରେଭ୍‌ ପାର୍ଟି ମାମଲାରେ ବନ୍ଧାହେଲେ ଓଡ଼ିଆ ଯୁବକ : ମାୟାନଗରୀରୁ ଓଡ଼ିଶା ଲିଙ୍କ୍ ଖୋଜିବ ଏନ୍‌ସିବି

Published By : Prameya-News7 Bureau | October 05, 2021 IST

ମୁମ୍ୱାଇ ୦୫/୧୦: ମୁମ୍ୱାଇ ରେଭ ପାର୍ଟି ଲିଙ୍କରେ ଓଡ଼ିଆ ଯୁବକ । ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏନ୍‌ସିବି ହାତରେ ଲଗାଛି ସାଂଘାତିକ ତଥ୍ୟ । ଗିରଫ ବ୍ୟକ୍ତିଙ୍କ ଘର ଓଡ଼ିଶାରେ ହୋଇଥିବା ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍‌ ୧୧ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଛନ୍ତି। ତାଙ୍କ ଫୋନରୁ କିଛି ଆପତ୍ତିଜନକ ତଥ୍ୟ ମିଳିଥିବା ଏନସିବି ଯୁକ୍ତିି ବାଢିଥିବାବେଳେ ଆରୟନଙ୍କ ଓକିଲ ମାନସିଂହ ଦେ ତାଙ୍କ ସପକ୍ଷରେ ଗୋଟେ ପରେ ଗୋଟେ ଦଲିଲ ଉପସ୍ଥାପନ କରିଚାଲିଛନ୍ତି ।

ଆର୍ଯ୍ୟନଙ୍କ ଠାରୁ ଡ୍ରଗ୍ସ ତ ମିଳିନାହିଁ ତାହେଲେ ତାଙ୍କୁ କାହିଁକି ଅଯଥା କୋର୍ଟକୁ ଟଣାଯାଉଛି । ଏହା ବ୍ୟତୀତ ସେ ସିପରେ ଡ୍ରଗ୍ସ କାହିଁକି ବ୍ୟବସାୟ କାହିଁକି କରିବେ ସେ ତ ଚାହିଁଲେ ପୁରା ସିପକୁ କିଣିପାରିବେ ବୋଲି ଯୁକ୍ତି ବାଢିଥିଲେ ଓକିଲ ମାନସିଂହ ଦେ । ତାଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ କି ସେ କୌଣସି ଡ୍ରଗ୍ସ ବେପାରରେ ସମ୍ପୃକ୍ତ ଥିବା ର କୌଣସି ଠୋସ୍ ପ୍ରମାଣ ବି ନାହିଁ ।

କେବଳ ଫୋନ ଚାଟିଂକୁ ଆଧାର କରି ତାଙ୍କୁ କୋର୍ଟକୁ ନେବା କେବେବିି ଗ୍ରହଣୀୟ ନୁହେଁ ବୋଲି ସେ ଯୁକ୍ତି କରିଥିଲେ । ମୁମ୍ବାଇ ଏନ୍‌ସିବି ସହ ଏବେ ଦିଲ୍ଲୀ ଏନ୍‌ସିବିର ଏକ ସ୍ୱତନ୍ତ୍ର ଟିମ୍ ବି ମାମଲାରେ ତଦନ୍ତ କରୁଛି। ଅନ୍ୟପଟେ ଗିରଫ ହୋଇଥିବା ଡ୍ରଗ୍ସ ପେଡଲରଙ୍କୁ ଆଜିଠୁ ରିମାଣ୍ଡରେ ନେବ ଏନ୍‌ସିବି। ଏହାସହ ମୁନ୍‌ମୁନ୍‌ ଧମେଚା, ଅରବାଜ୍‌ଙ୍କ ସହ ଆର୍ୟନଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ। ଏହାପରେ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟିର ଖୁଲାସା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.