Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ରାଜଭବନରେ କରୋନା: ୧୬ କର୍ମଚାରୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ, କ୍ୱାରେଣ୍ଟାଇନରେ ରାଜ୍ୟପାଳ

12/07/2020 at 9:34 AM

ମୁମ୍ବାଇ, ୧୨|୦୭:  ମହାରାଷ୍ଟ୍ରରେ କରୋନା ଆତଙ୍କ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜଭବନରେ ପହଁଚିଛି ମାରାତ୍ମକ କରୋନା ଭାଇରସ । ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କ ୧୬ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ମଚାରୀମାନେ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟପାଳ ନିଜେ କ୍ୱାରେଣ୍ଟାଇନରେ ରହିଛନ୍ତି ।

ରାଜଭବନରେ ପ୍ରାୟ ୧୦୦ ଜଣ କର୍ମଚାରୀ କାମ କରନ୍ତି । ଏମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏହା ମଧ୍ୟରୁ ୫୫ଜଣଙ୍କ ରିପୋର୍ଟ ଆସିଛି । ଅନ୍ୟମାନଙ୍କ ରିପୋର୍ଟ ଆସିନାହିଁ । ପ୍ରଥମେ ଏଠାରେ କାମ କରୁଥିବା ଜଣେ ଇଲେକ୍ଟ୍ରିସିଆନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟାମାନଙ୍କ ଟେଷ୍ଟ୍ କରାଯାଇଥିଲା । ଏଥିରୁ ୧୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ ରାଜ୍ୟପାଳ କୋସ୍ୟାରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ନିଜେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ରାଜ୍ୟରେ ୮୧୩୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୦୦୦ ହୋଇଯାଇଛି । ୧୦,୧୧୬ଜଣ ପ୍ରାଣ ହରାଇ ସାରିଛନ୍ତି ।

   Related Posts