ମୁମ୍ବାଇରେ ବର୍ଷା ବିତ୍ପାତ : ଚେମ୍ବୁରରେ କାନ୍ଥ ଭୁଶୁଡ଼ି ୧୧ ମୃତ ଓ ଅନେକ ଆହତ

Published By : Prameya-News7 Bureau | July 18, 2021 IST

ମୁମ୍ୱାଇ ୧୮/୭ : ପ୍ରବଳ ବର୍ଷା ବାଣିଜ୍ୟ ନଗରୀ ତଥା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଉବୁଟୁବୁ । ବର୍ଷାରେ ବେହାଲ ହୋଇଯାଇଛି ଜନଜୀବନ । ଅସ୍ତବ୍ୟସ୍ତ ହୋଇଛି ଜୀବନ ଯାତ୍ରା । ଦୀର୍ଘ ସମୟର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ ଠପ୍ ହୋଇପଡିଛି । ଶନିବାର ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା ।

wp:html /wp:html

ଫଳରେ ଭାରତ ନାଗରରେ ଅନେକ ଘର ଭୁଡୁଶି ପଡିଛି । ଚେମ୍ବୁରରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ପ୍ରବଳ ବର୍ଷା ହେତୁ ମୁମ୍ବାଇ ଜଳମୟ ହୋଇଯାଇଛି । ସହରର ଗାନ୍ଧୀ ବଜାରରେ ରାସ୍ତା ପାଣି ବୁଡିରହିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ ବର୍ଷା ପାଇଁ ଭାରତୀୟ ରେଳବାଇର ସେବା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଛି ।

wp:html /wp:html

ମୁମ୍ବାଇର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି । ପ୍ରତିବର୍ଷ ମୁମ୍ବାଇବାସୀ ବର୍ଷା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଅନେକ ଲୋକ ନିଜେ ସିଓନ୍ ଅଞ୍ଚଳରେ ବର୍ଷାରେ ଜମା ହୋଇଥିବା ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା ।

wp:html /wp:html

​ମାୟାନାଗରୀର ଅନେକ ଅଞ୍ଚଳରେ ଘର ଭିତରେ ପାଣି ପଶି ରହିଛି । ହନୁମାନ ନାଗର ଅଞ୍ଚଳରେ ବର୍ଷା ପାଇଁ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଲୋକଙ୍କ ଘର ଭିତରେ ରଖାଯାଇଥିବା ଜରୁରୀ ଜିନିଷ ମଧ୍ୟ ପାଣିରେ ଭାସୁଥିବା ନଜର ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.