Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମାୟାନଗରୀରେ ବର୍ଷା ବିତ୍ପାତ, କାନ୍ଥ ଭୁଶୁଡି ୨୩ ମୃତ

18/07/2021 at 12:07 PM

ମୁମ୍ୱାଇ ୧୮/୭ : ମାୟାନଗରୀ ମୁମ୍ବାଇରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାରେ ବାଣିଜ୍ୟ ନଗରୀ ତଥା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଉବୁଟୁବୁ । ବେହାଲ ହୋଇଯାଇଛି ଜନଜୀବନ । ଅସ୍ତବ୍ୟସ୍ତ ହୋଇଛି ଜୀବନ ଯାତ୍ରା । ଏପରିକି ସହରର ଚେମ୍ବୁରରେ କୋଠା ଭଶୁଡି ୧୭ ଜଣଙ୍କ ମୃତ୍ୟୁ ଘଟିଛି ।ସେହିପରି ବିକ୍ରୋଲିରେ ୬ ଜଣ ପ୍ରାଣ ହରାଇଛନ୍ତି ।

ସହରରେ ଦୀର୍ଘ ସମୟର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ ଠପ୍ ହୋଇପଡିଛି । ଶନିବାର ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଛାଡିବାର ନାଁ ନେଉନାହିଁ ।

ସୂଚନାନୁସାରେ, ଚେମ୍ବୁରରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ରବିବାର ସକାଳେ ୧୧ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ଏବେମୃତ୍ୟୁସଂଖ୍ୟା ୧୭ରେ ପହଁଚିଛି ।  ସେହିପରି ବିକ୍ରୋଲିରେ କାନ୍ଥ ପଡି ୬ ଜଣଙ୍କ ପ୍ରାଣହାନୀ ଘଟିଛି । ଏପରି ଭାବେ ବର୍ଷା କାରଣରୁ ୨୩ଜଣ ପ୍ରାଣ ହରାଇଛନ୍ତି ।  

ଆହୁରି ମଧ୍ୟ ମୁମ୍ବାଇର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି । ପ୍ରତିବର୍ଷ ମୁମ୍ବାଇବାସୀ ବର୍ଷା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମାୟାନାଗରୀର ଅନେକ ଅଞ୍ଚଳରେ ଘର ଭିତରେ ପାଣି ପଶି ରହିଛି । ହନୁମାନ ନାଗର ଅଞ୍ଚଳରେ ବର୍ଷା ପାଇଁ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଲୋକଙ୍କ ଘର ଭିତରେ ରଖାଯାଇଥିବା ଜରୁରୀ ଜିନିଷ ମଧ୍ୟ ପାଣିରେ ଭାସୁଥିବା ନଜର ଆସିଛି ।

   Related Posts