ଲଗାଣ ବର୍ଷା ପରେ ଜଳବନ୍ଦୀ ମାୟାନଗରୀ ମୁମ୍ୱାଇ : ଆଜି ସ୍କୁଲ-କଲେଜ ବନ୍ଦ,ଆହୁରି ୪୮ ଘଂଟା ବର୍ଷା ହେବା ନେଇ ସତର୍କ ସୂଚନା ଜାରି

Published By : Prameya-News7 Bureau | August 05, 2019 IST

ମୁମ୍ବାଇ ୫/୮: ବର୍ଷାରେ ପୁଣି ବେହାଲ ମାୟାନଗରୀ ମୁମ୍ବାଇ । ୨ ଦିନ ହେବ ଲାଗି ରହିଛି ବର୍ଷା । ରାସ୍ତା ଘାଟ, ଘରଦ୍ୱାର ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କୌଣସି ଜରୁରୀ କାମ ନଥିଲେ ଘରୁ ବାହାରିବା ନେଇ ବାରଣ କରିଛି ପାଣିପାଗ ବିଭାଗ । ତେବେ ଆହୁରି ୪୮ ଘଂଟା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦ୍ୱିପହର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ଏହା ସହ ମୁମ୍ବାଇ ସମେତ ଆଖପାଖ ଅଂଚଳରେ ରେଡ ଆଲର୍ଟ ଜାରି କରାଯାଇଛି । ସମସ୍ତ ସ୍କୁଲ,କଲେଜ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି।

{"id":140982}

ଲଗାଣ ବର୍ଷା ପାଇଁ ମହାରାଷ୍ଟ୍ର, ଗୁଜୁରାଟରେ ଏନଡ଼ିଆରଏଫର ୮ଟିମ୍ ମୁତୟନ କରାଯାଇଛି । ବର୍ଷା ପାଇଁ କୃଷ୍ଣା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଟ୍ରାକରେ ଫସିରହିଛି ବର୍ଷା ପାଣି । ଯାହା ପାଇଁ ଟ୍ରେନ ସେବା ବାତିଲ କରାଯାଇଛି । ଲଗାଣ ବର୍ଷା ପାଇଁ ମୁମ୍ବାଇରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଛି । ୧୨ ଘଂଟାରେ ମୁମ୍ବାଇରେ ୧୪୬ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି ।

{"id":140983}

ସେହିପରି ମୁମ୍ବାଇର ପୂର୍ବ- ପଶ୍ଚିମରେ ୧୯୫ମିମି ବର୍ଷା ରେକର୍ଡ଼ ହୋଇଛି । ରାସ୍ତା ଉପରେ ବର୍ଷା ପାଣି ଜମି ରହିଥିବାରୁ ହନ୍ତସନ୍ତ ହେଉଛନ୍ତି ମୁମ୍ବାଇବାସୀ । ସେପଟେ ନାସିକରେ ମଧ୍ୟ ବର୍ଷା ଜନଜୀବନକୁ ବେଶ ପ୍ରଭାବିତ କରିଛି । ବର୍ଷା ପାଣିରେ ୪୦ଟି ଗାଁ ସଂପୂର୍ଣ୍ଣ ଭାବେ ପାଣି ଘେରରେ ଅଛି ।  ଗୁଜୁରାଟରେ ମଧ୍ୟ ବର୍ଷା ପାଇଁ ନଦୀର ଜଳସ୍ତର ବୃଦ୍ଧି ପାଇବାର ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.