Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବର୍ଷାରେ ବେହାଲ ମୁମ୍ବାଇ, ୬ଘଣ୍ଟାରେ ୧୦୦ ମିଲିମିଟର ରେକର୍ଡ ବର୍ଷା, ବିଭିନ୍ନ ସ୍ଥାନରେ ୩୦ ମୃତ, ୯ ଆହତ

18/07/2021 at 6:11 PM

ମୁମ୍ବାଇ ୧୮।୭: ବର୍ଷାରେ ଆର୍ଥିକ ମହାନଗରୀ ସ୍ଥାଣୁ ପାଲଟି ଯାଇଛି। ମାତ୍ର ୬ ଘଣ୍ଟାରେ ୧୦୦ ମିଲିମିଟରର ରେକର୍ଡ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛନ୍ତି। ମୁମ୍ବାଇକରଙ୍କୁ ୨୬ ଜୁଲାଇ ୨୦୦୫ର କଥା ମନେ ପକାଇ ଦେଇଛି ବର୍ଷା, ଯେଉଁଦିନ ୨୪ ଘଣ୍ଟାରେ ହୋଇଥିଲା ୯୪୪ ମିଲିମିଟର ବର୍ଷା । ମୁଶଳଧାର ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିସ୍ଥିତିର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୈଠକ ପରେ ବୈଠକ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୁମ୍ବାଇ ନଗର କମିଶନର ଆଇ.ଏସ୍.ଚହଲଙ୍କ ସହ ଆଲୋଚନା କରିଛନ୍ତି। ନଗରପାଳିକା, ପୋଲିସ ଓ ଦମକଳ ବାହିନୀଙ୍କୁ ପରସ୍ପର ସମନ୍ୱୟ ରଖି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଭୀଷଣ ବର୍ଷାରେ ମୁମ୍ବାଇ ଚେମ୍ବୁରରେ ଭୂସ୍ଖଳନ ଯୋଗୁ ଏକ କ୍ୟାମ୍ପସର ପରିସର ଭୂଷୁଡି ପଡିଛି। ଫଳରେ କାନ୍ଥ ତଳେ ଦବି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମାହୁଲ ଅଞ୍ଚଳର ଭାସି ନାକା ନିକଟରେ ଏକ ଗଛ ପଡିଯିବାରୁ ଘର ଭୂଷୁଡି ପଡିଛି। ଫଳରେ ଘରେ ଥିବା ୭ ଜଣ ଆହତ ହୋଇଛନ୍ତି। ଆହତ ଲୋକଙ୍କୁ ଉଦ୍ଧାର କରାଯିବା ପରେ ରାଜାବାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିକରୋଲୀ ଉପନଗରୀୟ ଅଞ୍ଚଳରେ ଭୂ-ସ୍ଖଳନରେ ୬ଟି କଚ୍ଚା ଘର ଧସି ପଡିଥିଲା। ଫଳରେ ୭ ଜଣ ଲୋକେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଭାଣ୍ଡୁକ ବନ ବିଭାଗ ପରିସରରେ କାନ୍ଥପଡି ଜଣେ ୧୬ ବର୍ଷ ବୟସ୍କ ବାଳକର ମୃତ୍ୟୁ ହୋଇଛି।

ବର୍ଷା ଯୋଗୁ ଆର୍ଥିକ ନଗରୀର ସମସ୍ତ ବ୍ୟବସ୍ଥା ବିଫଳ ହୋଇଛି। ଟ୍ରେନ,ବସ୍ ପରିବହନ ପ୍ରଭାବିତ ହୋଇଥିବା ବେଳେ ବିସ୍ତିର୍ଣ୍ଣ ଅଞ୍ଚଳକୁ ଜଳ ଓ ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ରହିଛି। ଆଇଏମଡିଙ୍କ ସୂଚନା ଅନୁସାରେ ରବିବାର ଭୋର ୩ଟା ସୁଦ୍ଧା ସାନ୍ତାକ୍ରୁଜରେ ସର୍ବାଧିକ ୨୧୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବାନ୍ଦ୍ରାରେ ୧୯୭.୫, କୋଲାବାରେ ୧୭୪ ମିଲମିଟର ବର୍ଷା ରେକର୍ଡ ହୋଇଛି। ଟ୍ରେନ୍ ଲାଇନରେ ପାଣି ଭରିଯିବା ଯୋଗୁ ଉପନଗରୀୟ ଟ୍ରେନସେବା ବନ୍ଦ କରିଦିଆଯାଇଛି।

   Related Posts