Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆବୁଧାବିରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ପଞ୍ଜାବ : ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଡିଫେଣ୍ଡିଂ ଚାମ୍ପିଅନ

28/09/2021 at 12:40 PM

ଆବୁ ଧାବି,୨୮/୦୯: ଆଇପିଏଲ୍‌ର ୪୩ତମ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ । ଉଭୟ ଦଳ ସମ୍ପ୍ରତି ‘କର ବା ମର’ ସ୍ଥିତିରେ ରହିଛନ୍ତି । ୧୦ଟି ଲେଖାଏଁ ମ୍ୟାଚ୍‌ ଖେଳି ଉଭୟ ଦଳ ୮ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ସପ୍ତମ ଓ ପଞ୍ଜାବ କିଙ୍ଗ୍‌ସ ଷଷ୍ଠ ସ୍ଥାନରେ ରହିଛନ୍ତି । ତେଣୁ ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଉଭୟ ଦଳକୁ ଅତି କମ୍‌ରେ ଆଉ ୩ଟି ବିଜୟ ଆବଶ୍ୟକ ।

ପ୍ରଦର୍ଶନକୁ ଦେଖିଲେ ପଞ୍ଜାବ କିଙ୍ଗ୍‌ସର ପଲା ଭାରି ରହିବ । ଦଳର ଅଧିକାଂଶ ଖେଳାଳି ଫର୍ମରେ ରହିଛନ୍ତି । ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍‌, ନିକୋଲାସ୍‌ ପୂରନ, ମହମ୍ମଦ ସାମି ଓ ଅର୍ଶଦୀପ ସିଂହ ପ୍ରମୁଖ ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି ।

ପ୍ରଥମାର୍ଦ୍ଧରେ ଉନ୍ନତ ପ୍ରଦର୍ଶନ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟାର୍ଦ୍ଧରେ ନିରାଶ କରିଛି । କେବଳ ରୋହିତ ଶର୍ମା ଓ ଜଶପ୍ରୀତ ବୁମରାଙ୍କୁ ଛାଡ଼ିଦେଲେ ଏପର୍ଯ୍ୟନ୍ତ କେହି ଦକ୍ଷତା ପ୍ରଦର୍ଶନ କରିନାହାନ୍ତି । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୯ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସର ୬/୧୩୧ ରନ୍‌ ଜବାବରେ ପଞ୍ଜାବ କିଙ୍ଗ୍‌ସ ୧୭.୪ ଓଭରରେ ୧ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବ ।

   Related Posts