Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସିସିଟିଭି ଫୁଟେଜ୍‌ରେ ମୃତ୍ୟୁର ତାଣ୍ଡବ, କାରକୁ ପିଟି ଓଲଟିଲା କଣ୍ଟେନର, ମା-ବାପା ଏବଂ ୪ ବର୍ଷୀୟ ପୁଅର ମୃତ୍ୟୁ

3/07/2021 at 4:13 PM

ମୁମ୍ବାଇ ୩/୦୭: ଏମିତି ବି ଆସେ ମୃତ୍ୟୁ ! କାରକୁ ପଛରୁ ପିଟି ଓଲଟି ପଡ଼ିଲା କଣ୍ଟେନର। କାର ଜଳିଯାଇଥିବା ବେଳେ କଣ୍ଟେନର ଭାଙ୍ଗି ଚୂରମାର। ଭୟଙ୍କର ଦୁର୍ଘଟଣାରେ ମା, ବାପା ଏବଂ ସେମାନଙ୍କ ୪ ବର୍ଷର ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ଓ୍ବେରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ମିଳିଥିବା ବେଳେ ଏହାକୁ ଯେ କେହି ବି ଦେଖିବ ଲୋମ ଟାଙ୍କୁରି ଉଠିବ।

ଅତ୍ୟନ୍ତ ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ଗୋଟିଏ ପରିବାରର ମା, ବାପା ଏବଂ ପିଲାଙ୍କ ମୃତ୍ୟୁ ହୋଇଛି। ଭିଡିଓରୁ ଦେଖିବାକୁ ମିଳିଛି, ପ୍ରଥମେ ଏକ କଣ୍ଟେନର ଭାରସାମ୍ୟ ହରାଇ ଏକ କାର ଏବଂ ପରେ ଏକ ଟ୍ରକ୍‌କୁ ଧକ୍କା ଦେଇଛି। ଦୁର୍ଘଟଣା ପାଇଁ ଏକ୍ସପ୍ରେସ୍‌ ଓ୍ବେରେ ପାଖାପଖି ୨ ଘଣ୍ଟା ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

କାର ଲାଗିଥିବା ନିଆଁକୁ ଆୟତ୍ତକୁ ଆଣିବା ସହ ବଡ଼ କଟର ସାହାଯ୍ୟରେ କାରଟିକୁ କାଟି ତା ଭିତରୁ ଜ୍ୟାକଭିନ୍‌ ଚ୍ୟାଟିୟର, ସ୍ତ୍ରୀ ଲୁଇସା ଚ୍ୟାଟିୟର ଏବଂ ପୁଅ ଡେରିୟଲ ଚ୍ୟାଟିୟରଙ୍କ ଶବ ବାହାର କରିଥିଲା ପୋଲିସ। ସ୍ବାମୀ, ସ୍ତ୍ରୀ ଏବଂ ପୁଅ ପୁଣେରୁ ମୁମ୍ବାଇର ନ୍ୟାୟଗ୍ରାମ ଯାଉଥିଲେ। ଏହି ଦୁର୍ଘଟଣାରେ କଣ୍ଟେନର ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି।

ଖଣ୍ଡାଲାର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ଘଟଣା ଯାଞ୍ଚ ପରେ ଜଣାପଡ଼ିଛି ଦୁର୍ଘଟଣା କଣ୍ଟେନରର ବ୍ରେକ୍‌ ଫେଲ୍‌ ଯୋଗୁ ହୋଇଛି। ଦୁର୍ଘଟଣା ବେଳର ସମସ୍ତ ଦୃଶ୍ୟ ଏକ ଟ୍ରକ୍‌ରେ ଲାଗିଥିବା ସାଇଡ୍‌ କ୍ୟାମେରାରେ କଏଦ ହୋଇଛି ।

   Related Posts