Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୋଭିଡ୍ ଡ୍ୟୁଟି ପାଇଁ ମୁମ୍ବାଇ ପୋଲିସ୍ ବ୍ୟବହାର କରିବ ରଣବୀର ସିଂ-ଆଲିଆ ଭଟ୍ଟଙ୍କ ଭ୍ୟାନିଟି ଭ୍ୟାନ୍

22/04/2021 at 11:10 AM

ନୂଆଦିଲ୍ଲୀ ୨୨/୦୪: ମହାରାଷ୍ଟ୍ର ପୋଲିସ କରୋନା ଭାଇରସର ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ବଲିଉଡ ଅଭିନେତା ରଣବୀର ସିଂ-ଆଲିଆ ଭଟ୍ଟଙ୍କ ଭ୍ୟାନିଟି ଭ୍ୟାନ୍ ସମେତ ଗାଙ୍ଗୁବାଇ କାଠିଆୱାଡି ଫିଲ୍ମର ସେଟ୍ ବ୍ୟବହାର କରିବ । ଏହାର ସୂଚନା ନିଜେ ଭ୍ୟାନିଟି ଭ୍ୟାନର ମାଲିକ କେତନ ରାୱଲ କହିଛନ୍ତି । ସେ କହିଛନ୍ତି କୋଭିଡ ସମୟରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ତାଙ୍କ ଭ୍ୟାନ ବ୍ୟବହାର କରିବେ ।

Ranveer Singh, Alia Bhatt, Akshay Kumar's Vanity Vans Lie With Mumbai  Police, Know Here Why!

ସୂଚନା ଅନୁଯାୟୀ କେତନ ରାୱଲ କହିଛନ୍ତି ମହାମାରୀର ମୁକାବିଲା ପାଇଁ ଠାଣେ ପୋଲିସ କମିଶନର ସହାୟତା ଲୋଡିଛନ୍ତି । ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ପୋଲିସ ସେବାକୁ ୧୦ ଭ୍ୟାନିଟି ଭ୍ୟାନ ଦେଇଛୁ । ଏହି ଭ୍ୟାନ୍ ଗୁଡିକରେ ରଣବୀର ସିଂଙ୍କ ଫିଲ୍ମ ସର୍କସ୍, ଆଲିଆ ଭଟ୍ଟଙ୍କ ଗାଙ୍ଗୁବାଇ କାଠିଆୱାଡି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷାବନ୍ଧନର ଭ୍ୟାନ୍ ମଧ୍ୟ ରହିଛି । ଏହା ବ୍ୟତୀତ ମୁମ୍ବାଇ ପୋଲିସର ସେବାରେ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ଏବଂ ଫିଲ୍ମ ରକ୍ଷାବନ୍ଧନର ସେଟ୍ ମଧ୍ୟ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ମହିଳା ପୋଲିସ ଅଧିକାରୀଙ୍କ କର୍ତ୍ତବ୍ୟ ପାଇଁ କେତନ ତାଙ୍କୁ ଏକ ଭ୍ୟାନିଟି ଭ୍ୟାନ ଦେଇଥିଲେ । ଏହାର ବ୍ୟବହାର ସେମାନେ ବିଶ୍ରାମ ନେବା , ବାଥରୁମ ଯିବା ଏବଂ ଘରକୁ ଯିବା ପୂର୍ବରୁ ପୋଷାକ ବଦଳାଇବାରେ କରୁଥିଲେ ।  କେତନ୍ ଆହୁରି ମଧ୍ୟ କହିଛନ୍ତି, ‘ସମଗ୍ର ରାଜ୍ୟ ଅନଲକ୍ ହୋଇଗଲେ ଭ୍ୟାନିଟି ଭ୍ୟାନ୍ ସାନିଟାଇଜ୍ ହେବ ଏବଂ ବଲିଉଡ ସେଲିବ୍ରେଟମାନେ ଏହାକୁ ପୁଣି ଥରେ ବ୍ୟବହାର କରିପାରିବେ । ମୋର ଅନେକ ଭ୍ୟାନ୍ ଅଛି ଯାହା ମୁମ୍ବାଇ ପୋଲିସର ସେବାରେ ନିୟୋଜିତ ଅଛି ।’

   Related Posts