ମୁମ୍ବାଇ ୩୦/୦୯: ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନଶୋଷଣ ଅଭିଯୋଗରେ ଫଶିଥିବା ନିର୍ଦେଶକ ଅନୁରାଗ କଶ୍ୟପ ଅଡ଼ୁଆରେ ପଡ଼ିଛନ୍ତି। ଏତିକି ନୁହେଁ, ତା’ ସହ ତାଙ୍କ ଚିନ୍ତା ମଧ୍ୟ ବଢ଼ିଛି। ପାୟଲ ଘୋଷଙ୍କ ମାମଲାରେ ମୁମ୍ବାଇ ପୋଲିସ ତାଙ୍କୁ ସମନ ପଠାଇଛି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ତାଙ୍କୁ ବର୍ସୋବା ପୋଲିସ୍ ଷ୍ଟେସନରେ ଉପସ୍ଥିତ ହେବାକୁ କୁହାଯାଇଛି।
ଅଭିନେତ୍ରୀ ପାୟଲ ଅନୁରାଗଙ୍କ ଉପରେ ଅସଦାଚରଣ ମାମଲା ଆଣିଥିଲେ। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରଠାରୁ ପାୟଲ କ୍ରମାଗତ ଅନୁରାଗଙ୍କ ଗିରଫ ଦାବି କରି ଆସୁଛନ୍ତି। ତେବେ ଏ ମାମଲାରେ ଅଧିକ ପଚରାଉଚରା ପାଇଁ ଅନୁରାଗଙ୍କୁ ଏବେ ମୁମ୍ବାଇ ପୋଲିସ୍ ସମନ ପଠାଇଛି।
wp:core-embed/twitter {"url":"https://twitter.com/ANI/status/1311186913848565760","type":"rich","providerNameSlug":"twitter","className":""} /wp:core-embed/twitterସୂଚନାଯୋଗ୍ୟ ପାୟଲଙ୍କୁ ଯଦି ନ୍ୟାୟ ନ ମିଳିବ ତାହେଲେ ସେ ଆନ୍ଦୋଳନ କରିବେ କହିଛନ୍ତି। ମୁମ୍ବାଇ ପୋଲିସ୍ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଏବେ ସୁଦ୍ଧା ତାଙ୍କୁ ଗିରଫ କାହିଁକି କରାଯାଇ ନାହିଁ। ପାୟଲଙ୍କୁ ସର୍ଥନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାବଲେ। ଉଠାବଲେ ମଧ୍ୟ ଅନୁରାଗଙ୍କ ଗିରଫ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ତାଙ୍କୁ ଗିରପ କରା ନଯାଏ ତାହେଲେ ସେ ଧାରଣାରେ ବସିବେ କହିଛନ୍ତି।
ସେପ୍ଟେମ୍ବର ୧୦ରେ ପାୟଲ ଅନୁରାଗଙ୍କ ଉପରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଏହା ସହ ସେ ପିଏମ ମୋଦିଙ୍କୁ ମଧ୍ୟ ନ୍ୟାୟ ମିଳିବା ନେଇ ଗୁହାରି କରିଥିଲେ। ତେବେ ପାୟଲଙ୍କ ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି ଅନୁରାଗ।