କଙ୍ଗନାଙ୍କୁ ମୁମ୍ୱାଇ ପୋଲିସ୍‌ର ସମନ୍, ଶୁକ୍ରବାର ଥାନାରେ ହାଜର ହୁଅ

Published By : Prameya-News7 Bureau | January 21, 2021 IST

ମୁମ୍ୱାଇ, ୨୧/୦୧: ପ୍ରଖ୍ୟାତ ଲେଖକ ତଥା ଗୀତିକାର ଜାଭେଦ୍ ଅଖତର କରିଥିବା ମାନହାନି ମକଦ୍ଦମାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କୁ ମୁମ୍ୱାଇ ପୋଲିସ୍ ସମନ୍ ଜାରି କରିଛି । କଙ୍ଗନାଙ୍କୁ ଆସନ୍ତା ଶୁକ୍ରବାର ଦିନ ଜୁହୁ ପୋଲିସ୍ ନିକଟରେ ହାଜର ହେବାକୁ କୁହାଯାଇଥିବା । ଏନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ଟେଲିଭିଜନ ସାକ୍ଷାତକାରରେ କଙ୍ଗନା ଅଖତରଙ୍କ ବିରୋଧରେ ବିବାଦୀୟ ଏବଂ ଭିତ୍ତିହୀନ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଗତ ବର୍ଷ ନଭେମ୍ୱର ମାସରେ ଅଖତର କଙ୍ଗନାଙ୍କ ବିରୋଧରେ ଏକ କ୍ରିମିନାଲ୍ କେସ୍ ବା ଅପରାଧିକ ମାମଲା କରିଥିଲେ । ବଲିଉଡ୍‌ରେ ଥିବା ଅନ୍ୟଧରଣର ଏକ ସ୍ୱତନ୍ତ୍ର ଗୋଷ୍ଠୀରେ ଅଖତର ସାମିଲ୍ ଥିବା ଗତ ବର୍ଷ ଜୁନ୍ ମାସରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଏକ ଟିଭି ସାକ୍ଷାତକାରରେ କଙ୍ଗନା କହିଥିବା ଅଖତର ଅଭିଯୋଗ କରିଥିଲେ ।  

ଏହି ମାମଲାରେ ଅଭିନେତା ହ୍ରିତିକ୍ ରୋଶନ୍‌ଙ୍କ  ସହିତ ଥିବା ସମ୍ପର୍କକୁ ନେଇ ଅଖତର କଙ୍ଗନାଙ୍କୁ ଚୁପ୍ ରହିବାକୁ ଧମକ ଦେଇଥିବା ଦର୍ଶାଯାଇଛି । ଏହା ଏକ ମିଥ୍ୟା ଅଭିଯୋଗ ଯାହାକି ସାଧାରଣରେ ତାଙ୍କ ଛବିକୁ କ୍ଷୂର୍ଣ୍ଣ କରୁଛି ବୋଲି ଅଖତର କହିଥିଲେ । ତେବେ ଜାନୁଆରୀ ୧୭ ତାରିଖ ଦିନ କୋର୍ଟ ଆସନ୍ତା ଫେବୃଆରୀ ୧ତାରିଖ ଭିତରେ ଏହି ମାମଲାର ଚାର୍ଜ ସିଟ୍ ଦାଖଲ କରିବାକୁ ମୁମ୍ୱାଇ ପୋଲିସ୍‌କୁ ସମୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.