ଧରା ପଡିବେ ବଡବଡିଆ ? ୟେଶ୍ ରାଜ ଫିଲ୍ମ ସହ ସୁଶାନ୍ତ ସିଂହ ରାଜପୁତଙ୍କ କଣ୍ଟ୍ରାକ୍ଟ ପେପର୍ସ କପି ମାଗିଲା ମୁମ୍ବାଇ ପୋଲିସ୍

Published By : Prameya-News7 Bureau | June 19, 2020 IST

ମୁମ୍ବାଇ ୧୯।୦୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ଆଉ ଦୁନିଆରେ ନାହାନ୍ତି ମାତ୍ର ତାଙ୍କ ଆତ୍ମହତ୍ୟା ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଛି। ଇଣ୍ଡଷ୍ଟ୍ରୀରେ ପ୍ରୀୟାପ୍ରୀତି ତୋଷଣ କାରଣରୁ ସୁଶାନ୍ତ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କୁ ବଲିଉଡର ଅନେକ ବ୍ୟାନର ନିଜ ଫିଲ୍ମରୁ ହଟାଇ ଦେଇଥିବା ମଧ୍ୟ କୁହାଯାଉଛି। ଏହା ମଧ୍ୟରେ ମୁମ୍ବାଇ ପୋଲିସ୍ ୟେଶରାଜ ଫିଲ୍ମକୁ ନୋଟିସ୍ ଜାରି କରି ସୁଶାନ୍ତ ସିଂହଙ୍କ ସହିତ ହୋଇଥିବା କଣ୍ଟ୍ରାକ୍ଟର ସମସ୍ତ ସୂଚନା ମାଗିଛନ୍ତି।

୩୪ ବର୍ଷୀୟ ସୁଶାନ୍ତ ସିଂହ କାଇ ପୋ ଚେ, ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ, କାଇପୋଚେ ପରି ଫିଲ୍ମରେ ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲେ। ଜୁନ ୧୪ ରବିବାର ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।

{"id":288503,"sizeSlug":"large"}

ପୋଲିସ ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଅନେକ ଦିଗକୁ ନେଇ ନିଜର ତଦନ୍ତ ଚଳାଇଛି। ପୋଲିସ ଇଣ୍ଡଷ୍ଟ୍ରୀରେ ଥିବା ପରସ୍ପର ଶତ୍ରୁତାକୁ ନେଇ ମଧ୍ୟ ତଦନ୍ତ କରିବ ବୋଲି ସୂତ୍ରରୁ ଜଣା ପଡିଛି। ବାନ୍ଦ୍ରା ପୋଲିସ ଅଦ୍ୟାବଧି ସୁଶାନଙ୍କ ପରିବାର ଲୋକଙ୍କ ସମେତ ୧୩ ଜଣଙ୍କ ବୟାନ ରେକର୍ଡ କରିଛି। ଏଥିରେ ନିକଟତର ବନ୍ଧୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବରା ମଧ୍ୟ ସାମିଲ।

ପୋଲିସ ଏବେ ବଲିଉଡର ପ୍ରମୁଖ ପ୍ରମୁଖ ପ୍ରଡକ୍ସନ ହାଉସ୍‌କୁ ମଧ୍ୟ ନିଜର ତଦନ୍ତ ପରିସରଭୁକ୍ତ କରିବା ଆରମ୍ଭ କରିଛି। ଏହି ଆଧାରରେ ପୋଲିସ ଶୁକ୍ରବାର ୟେସ୍‌ ରାଜ ଫିଲ୍ମକୁ ନୋଟିସ୍ ଜାରି କରି ସୁଶାନ୍ତଙ୍କ ସହ ଫିଲ୍ମ ନେଇ ହୋଇଥିବା କଣ୍ଟ୍ରାକ୍ଟ ଲିଷ୍ଟର ତାଲିକା ଦେବାକୁ କହିଛି।

{"id":288504,"sizeSlug":"large"}

ପୋଲିସ କହିଛି ଯେ, ଆମେ ୟେସ୍ ରାଜ ଫିଲ୍ମକୁ ସୁଶାନ୍ତଙ୍କ ସହ ହୋଇଥିବା କଣ୍ଟ୍ରାକ୍ଟ୍‌ର କପି ଦେବାକୁ କୁହାଯାଇଛି। ଏହା ସହିତ ଆଗାମୀ କିଛି ଦିନରେ ପୋଲିସ ୟେସ୍ ରାଜ ଫିଲ୍ମ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା କଣ୍ଟ୍ରାକ୍ଟରେ ପ୍ରମୁଖ ଭୂମିକା ରହିଥିବା ଲୋକଙ୍କୁ ମଧ୍ୟ ଡକାଇ ପାରେ।

ରାଜପୁତ  ୟେସ୍ ରାଜ ଫିଲ୍ମ ସହ ଦୁଇଟି ଫିଲ୍ମ କରିଛନ୍ତି। ଗୋଟିଏ ହେଲା ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ସୁଦ୍ଧ ଦେଶୀ ରୋମାନ୍ସ(୨୦୧୩) ଏବଂ ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶିତ ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି(୨୦୧୫)।

ୟେସ୍‌ ରାଜ ଫିଲ୍ମ ବ୍ୟାନେରରେ ତାଙ୍କର ତୃତୀୟ ଫିଲ୍ମ ଶେଖର କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପାନି’ ଥିଲା। କିନ୍ତୁ ପରେ ୟେଶ ରାଜ ଫିଲ୍ମ ବ୍ୟାନେରରୁ ସୁଶାନ୍ତଙ୍କୁ କଢା ଯାଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.