ସୋସିଆଲ ମିଡିଆରୁ ସୁଶାନ୍ତଙ୍କ ମୃତଦେହ ଡିଲିଟ୍ କର: ୟୁଜର୍ସଙ୍କୁ ପୋଲିସ କାହିଁକି ଦେଲା ଏପରି ଚେତାବନୀ…

Published By : Prameya-News7 Bureau | June 15, 2020 IST

ମୁମ୍ବାଇ, ୧୫|୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁ ପରେ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ମରଶରୀରର ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହା ହିନ ମାନସିକତାର ପରିଚୟ ବୋଲି ମହାରାଷ୍ଟ୍ର ପୋଲିସ ଟ୍ୱିଟ୍ କରି କହିଛି । ଏହି ଫଟୋ ଯେଉଁମାନେ ସେୟାର କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ମୁମ୍ବାଇ ପୋଲିସ ଟ୍ୱିଟ୍ କରି କହିଛି ଯେ, ସୋସିଆଲ ମିଡିଆ ୟୁଜର ସୁଶାନ୍ତଙ୍କ ମୃତଦେହର ଫଟୋ ସେୟାର କରିବାକୁ ନିବୃତ୍ତ ରୁହନ୍ତୁ । ଏହି ଫଟୋ ସେୟାର କରିବାର ଅର୍ଥ ହେଉଛି ହୀନ ମାନସିକତାର ପରିଚୟ । ଯେଉଁମାନେ ଏହାକୁ ସେୟାର କରିଛନ୍ତୁ ତୁରନ୍ତ ଡିଲିଟ୍ କରିଦିଅନ୍ତୁ । ଏହି ଫଟୋ ସେୟାର କରିବା ଆଇନ ଅନୁଯାୟୀ ଅପରାଧ ଅଟେ । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

wp:html /wp:html

ଅଭିନେତ୍ରୀ ଉର୍ମିଳା ମାତେଣ୍ଡକର୍ ଏକ ଟ୍ୱିଟ୍ କରି ଅପିଲ୍ କରିଛନ୍ତି ଯେ, ଏହି ଫଟୋ ଯେଉଁମାନେ ସେୟାର କରିଛନ୍ତି ସେମାନେ ଦାୟିତ୍ୱବୋଧତା ଭୁଲି ଯାଇଛନ୍ତି । ଏହି ଫଟୋ ଅନ୍ୟ ୟୁଜରଙ୍କ ମନରେ ବିଭ୍ରାଟ ସୃଷ୍ଟି କରୁଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କିଛି ୟୁଜର ନିଜର କର୍ତ୍ତବ୍ୟ ଭୁଲି ଯାଇଛନ୍ତି ।

wp:html /wp:html

ରବିବାର ସୁଶାନ୍ତଙ୍କ ଟିମ୍ ପକ୍ଷରୁ କୁହାଯାଇଥିଲା ଯେ, ସୁଶାନ୍ତ ଆଉ ଏହି ଦୁନିଆରେ ନାହାଁନ୍ତି ।  ପ୍ରଶଂସକମାନେ ତାଙ୍କର ଦେହାନ୍ତ ପରେ ସମ୍ମାନହାନୀ ହେଲା ଭଳି କିଛି କରନ୍ତୁ ନାହିଁ । ତାଙ୍କର ମୃତଦେହର ଫଟୋ ସେୟାର କରିବା ବନ୍ଦ କରନ୍ତୁ ବୋଲି ଟିମ୍ ପକ୍ଷରୁ ଅନୁରୋଧ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.