Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିନେତ୍ରୀ ଇଶା ଗୁପ୍ତାଙ୍କ ଗାଡି ହେଲା ଆକ୍ସିଡେଣ୍ଟ, ସାହାଯ୍ୟ କଲେ ମୁମ୍ବାଇ ପୋଲିସ

ମୁମ୍ବାଇ୨୩|୮: ମୁମ୍ବାଇର ଲିଲାବତୀ ହସ୍ପିଟାଲ ନିକଟରେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ଗାଡ଼ି ସହ ଦୁର୍ଘଟଣା ହୋଇଛି। ଗାଡ଼ିରେ ଯିବା ସମୟରେ ଇଶାଙ୍କ ଗାଡିକୁ ପଛ ସାଇଡ୍‌ରୁ ଗୋଟେ କାର୍ ଆସି ବାଡ଼େଇଛି। ଏନେଇ ଇଶା ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସଙ୍କ ସାହାର୍ଯ୍ୟ ମାଗିଛନ୍ତି। ଯଦିଓ ଏହି ଦୁର୍ଘଟଣା ଇଶାଙ୍କୁ ଆଘାତ ଲାଗି ନାହିଁ। ହେଲେ ଏହି ଘଟଣାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ କାର୍‌କୁ ବାଡେଇଥିବା ଗାଡି ଫଟୋକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୂଚନା ମୁତାବକ, ମୁମ୍ବାଇର ଏକ ଫ୍ୟାସନ ସୋ ଇଶା ଗୁପ୍ତା ଯିବା ସମୟରେ ତାଙ୍କ ଗାଡି ପଛରୁ ଗୋଟେ କାର୍‌ ଜୋରରେ ବାଡ଼େଇ ଥିଲା। ଇଶାଙ୍କ କାର୍‌ରେ କିଛି ମାତ୍ରାରେ କ୍ଷତି ହୋଇଥିଲା। କିନ୍ତୁ ଇଶା ଗୁପ୍ତାଙ୍କ ଉପରେ ଆଘାତ ଲାଗି ନଥିଲା। ଏହି କଥା ଭିଡିଓ କରି ଇଶା ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ କରିଥିଲେ।ଏହି ଭିଡିଓରେ ସେ କହିଥିଲେ ଯେ, ତାଙ୍କ ଗାଡିକୁ ଗୋଟେ କାର ଆସି ପଛ ପଟୁ ବାଡ଼େଇଛି। ମୁମ୍ବାଇ ପୋଲିସ ତାଙ୍କୁ ସାହାର୍ଯ୍ୟ କରନ୍ତୁ। ଏଥିସହ ମୁମ୍ବାଇରେ ହେଉଥିବା ଫ୍ୟାସନ ସୋ ସଂପର୍କରେ ମଧ୍ୟ ଏହି ଭିଡ଼ିଓରେ କହିଥିଲେ।

ଇଶା କରିଥିବା ନିଜ ଇନଷ୍ଟାଗ୍ରାମ ଭିଡିଓକୁ ପୋଲିସ ଗୁରୁତର ଭାବେ ଗ୍ରହଣ କରିଥିଲେ। ସୋସିଆଲ ମିଡିଆ ମାଧ୍ୟମ​‌ରେ ଇଶାଙ୍କୁ ମୁମ୍ବାଇ ପୋଲିସ ନମ୍ବର ଦେବାକୁ କହିଥିଲେ।

399 Views

   ସମ୍ବନ୍ଧିତ ଖବର